ପୃଥିବୀକୁ ଛାରଖାର କରିଦେବ ‘ମାଇକ୍ରୋନୋଭା’ : ଜାଣନ୍ତୁ ଏହା କଣ ?

ନୂଆଦିଲ୍ଲୀ, ୨୫/୦୯ : ମାଡ଼ିଆସୁଛି ଭୟଙ୍କର ସୌର ଝଡ଼ । ଯାହା ୯୦ ପ୍ରତିଶତ ମାନବଜାତିକୁ ନିଶ୍ଚିହ୍ନ କରିପାରେ । ଯେକୌଣସି ସମୟରେ ବିନାଶ ଘଟିପାରେ । ସ୍ପେଶ୍ ୱେଦର ନ୍ୟୁଡ୍‌ର ପ୍ରତିଷ୍ଠାତା ବେନ୍ ଡେଭିଡସନ୍ କହିଛନ୍ତି ଯେ, ଏକ ଜିଓମ୍ୟାଗ୍ନେଟିକ୍ ଜିଜାଷ୍ଟର ଅର୍ଥାତ୍ ଭୂ-ଚୂମ୍ବକୀୟ ବିପର୍ଯ୍ୟୟ ପୃଥିବୀର ଅଧିକାଂଶ ଜୀବସତ୍ତାକୁ ବିଲୁପ୍ତ କରିପାରେ । ସୌରମଣ୍ଡଳର “ମାଇକ୍ରୋନୋଭା” ଏକ ଚୁମ୍ବକୀୟ ପୋଲ୍ ପରିବର୍ତ୍ତନର କାରଣ ହୋଇପାରେ, ଯାହା ଜଳବାୟୁରେ ପରିବର୍ତ୍ତନ ଆଣିପାରେ । ଯଦି ମହାକାଶରେ ଥିବା ତାରାଗୁଡ଼ିକ ବିପୁଳ ପରିମାଣର ପ୍ଲାଜମା ଛାଡ଼ନ୍ତି, ତେବେ ଏହାର ପ୍ରଭାବ ପୃଥିବୀ ଉପରେ ପଡ଼ିବ ବୋଲି ବିଶେଷଜ୍ଞମାନେ କୁହନ୍ତି । ଡେଭିଡସନ୍ କହିଥିଲେ ଯେ, ପ୍ରତି ୬ ହଜାର ବର୍ଷରେ ସୌର ବିସ୍ଫୋରଣ ଘଟେ । ପ୍ରତି ୧୨ ହଜାର ବର୍ଷରେ ଥରେ ଏକ ଭୟଙ୍କର ଝଡ଼ ହୁଏ । ୧୯୫୯ ମସିହାରେ କ୍ୟାରିଂଟନ୍ ଘଟଣା ଏକ ବିରାଟ ସୌର ଝଡ଼ ଦେଖାଦେଇଥିଲା, ଯାହା ଟେଲିଗ୍ରାଫ୍ ସିଷ୍ଟମକୁ ବାଧା ଦେଇଥିଲା । ଡେଭିଡସନ୍ କହିଛନ୍ତି ଯେ, ପରବର୍ତ୍ତୀ ବିଶାଳ ଭୂ-ଝଡ଼ ୧୦ ରୁ ୨୫ ବର୍ଷ ମଧ୍ୟରେ ହୋଇପାରେ । ଯାହା ଭୟଙ୍କର ରୂପ ନେବ ।ସୁନାମିର ପୂର୍ବାନୁମାନ କରାଯାଇଛି ଯାହା ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକର ଅଧିକାଂଶ ଅଂଶକୁ ବୁଡ଼ାଇ ଦେବ । ତେଣୁ, ମନୁଷ୍ୟକୃତ ସୃଷ୍ଟ ଜଳବାୟୁ ପରିବର୍ତ୍ତନ ସହ ସୂର୍ଯ୍ୟ ପୃଥିବୀକୁ ପୂରାପୂରି ଜାଳିଦେବ ।

SBI_Festive_Digital Billboard