ମାଡି ଆସୁଛି ସୌର ଝଡ଼

ନୂଆଦିଲ୍ଲୀ :  ଆଜି ପୃଥିବୀ ଉପରେ ସୌର ଝଡ଼ର ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । ଏହା ଦ୍ୱାରା ଜିପିଏସ୍‌ ସେବା ବାଧାପ୍ରାପ୍ତ ହୋଇପାରେ ବୋଲି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା- ନାସା ପକ୍ଷରୁ କୁହାଯାଇଛି ।

ନାସାର ସୋଲାର୍‌ ଡାଇନାମିକ୍ସ ଅବ୍‌ଜରଭେଟୋରୀ (ଏସ୍‌ଡିଓ) ଦ୍ୱାରା ଏ ସମ୍ପର୍କରେ ସୂଚନା ମିଳିଛି । ଏହି ସୌରଝଡ ପୃଥିବୀର ବାୟୁମଣ୍ଡଳରେ ପହଞ୍ଚିବ ନାହିଁ । ମାତ୍ର ଏହାର ପ୍ରଭାବ ଜିପିଏସ୍‌ ସେବାରେ ବାଧା ପହଞ୍ଚାଇବ । ଦକ୍ଷିଣ ଆମେରିକାରେ ସୌରଝଡର ପ୍ରଭାବ ସର୍ବାଧିକ ରହିବ ବୋଲି କୁହାଯାଇଛି ।