ଘରୋଇ କଳିରୁ ମାଆକୁ ଛୁରୀ ଭୁସି ହତ୍ୟା, ଭଉଣୀ ଓ ଭଣଜାଭାଣିଜୀ ଗୁରୁତର

ଫୁଲବାଣୀ, ୨୭/୭ : କନ୍ଧମାଳ ଜିଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ବେହେରାପଦ ଗାଁରେ ରବିବାର ବିଳମ୍ବିତ ରାତିରେ ଅଭାବନୀୟ ଘଟଣା ଘଟିଛି । ଘରୋଇ କଳିରୁ ପୁଅ ମାଆକୁ ଛୁରୀ ଭୁସି ହତ୍ୟା କରିଥିବା ବେଳେ ଛୁରା ମାଡରେ ଭଉଣୀ ଓ ଭଣଜାଭାଣିଜୀ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଜମିବାଡ଼ି ବିବାଦକୁ ଭଉଣୀର ପରିବାର ଓ ମାଆକୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଲେ ଅଭିଯୁକ୍ତ ପୁଅକୁ ଅଟକ ରଖି ପଚାର ଉଚାର କରୁଛି ।