ଭୁବନେଶ୍ୱର,୧୯/୪ : ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ସୋନପୁର । ଏଠାରେ ତାପମାତ୍ର ୪୪.୪ ଡିଗ୍ରି ରେକର୍ଡ ହୋଇଛି। ଆଜି ରାଜ୍ୟର ୨୧ଟି ସହରର ତାପମାତ୍ର ୪୦ ଡିଗ୍ରି ଉପରେ ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ ଆଜି ଅନୁଗୁଳରେ ୪୩.୧, ବାରିପଦାରେ ୪୧.୦, ଝାରସୁଗୁଡ଼ାରେ ୪୨.୮, କେନ୍ଦୁଝରରେ ୪୦.୨, ସମ୍ବଲପୁରରେ ୪୨.୪, ସୁନ୍ଦରଗଡ଼ରେ ୪୨.୫, ହୀରାକୁଦରେ ୪୧.୬, ଭବାନୀପାଟଣାରେ ୪୨.୦, ବଲାଙ୍ଗୀରରେ ୪୪.୩, ଟିଟିଲାଗଡ଼ରେ ୪୩.୫, ତାଳଚେରରେ ୪୦.୬, ଭଦ୍ରକରେ ୪୦.୦, ଢେଙ୍କାନାଳରେ ୪୦.୦, ଦେବଗଡ଼ରେ ୪୨.୦, ବରଗଡ଼ରେ ୪୦.୫, ନୂଆପଡ଼ାରେ ୪୧.୦, ଖୋର୍ଦ୍ଧାରେ ୪୦.୦, ବୌଦ୍ଧରେ ୪୩.୦, ପାରଳାଖେମୁଣ୍ଡିରେ ୪୧.୦ ଓ ମାଲକାନଗିରିରେ ୪୦.୦ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି।