ଭୁବନେଶ୍ୱର,୫ /୩ : ସୋନପ୍ରୟାଗରୁ କେଦାରନାଥ ୧୨.୯ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ରୋପ୍ ୱେର ବିକାଶ ପାଇଁ ସରକାର ଅନୁମୋଦନ ଦେଇଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଏହି ପ୍ରକଳ୍ପର ମୋଟ ମୂଲ୍ୟ ୪ ହଜାର କୋଟି ଟଙ୍କାରୁ ଅଧିକ ହେବ। ଏହି ରୋପ୍ ୱେ ତୀର୍ଥଯାତ୍ରୀଙ୍କ ଯାତ୍ରା ସମୟକୁ ୮/୯ ଘଣ୍ଟାରୁ ୩୬ ମିନିଟକୁ ହ୍ରାସ କରିବ ବୋଲି ସେ କହିଛନ୍ତି। ଏହି ପ୍ରକଳ୍ପ ଦିବ୍ୟାଙ୍ଗ ଓ ବୟସ୍କ ଲୋକଙ୍କୁ ବହୁତ ସାହାଯ୍ୟ କରିବ ବୋଲି ସେ କହିଛନ୍ତି। ହେମକୁଣ୍ଡ ସାହିବ ରୋପୱେର ମଧ୍ୟ ବିକାଶ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏହି ପ୍ରକଳ୍ପର ସମୁଦାୟ ମୂଲ୍ୟ ୨ ହଜାର ୭୩୦ କୋଟି ଟଙ୍କା ହେବ ବୋଲି ସେ କହିଛନ୍ତି। ଏହି ରୋପୱେର ଲମ୍ବ ୧୨.୪ କିଲୋମିଟର ହେବ।