ନୂଆଦିଲ୍ଲୀ,୨୩ /୫: କରୋନା ଭାଇରସ ସମୟରେ ବଲିଉଡ ଅଭିନେତା ସୋନୁ ସୁଦ ସାଧାରଣ ଲୋକଙ୍କ ପାଇଁ ଦେବଦୂତ ସାଜିଛନ୍ତି । ସୋନୁ ଭାରତର ଅନେକ ରାଜ୍ୟର ହସ୍ପିଟାଲ ପାଖରେ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରିବାର ଯୋଜନା ରଖିଛନ୍ତି। ସମ୍ପ୍ରତି ଖବର ଆସିଛି କି ସୋନୁ ସୁଦ ‘ଅକ୍ସିଜେନ ପ୍ଲାଣ୍ଟ’ର ବ୍ୟବସ୍ଥା ଆନ୍ଧ୍ରପ୍ରଦେଶର କୁରନୁଲ ଓ ନେଲ୍ଲୋରରେ କରିବେ। ଅଧିକରୁ ଅଧିକ ଲୋକଙ୍କ ପାଖରେ ସାହାଯ୍ୟ ପହଞ୍ଚିବା ପାଇଁ ସୋନୁ ଓ ତାଙ୍କର ଟିମ ‘କୁରନୁଲ ସରକାରୀ ହସ୍ପିଟାଲ’ ଓ ‘ଆତ୍ମାକୁର ନେଲ୍ଲୋର ଜିଲ୍ଲା’ରେ ଆକ୍ସିଜେନ ପ୍ଲାଣ୍ଟ ବସାଇବାର ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି ।
ନେଲ୍ଲୋର ଜିଲ୍ଲା ଆଇଏଏସ ଅଧିକାରୀ ଏସ.ରାମସୁନ୍ଦର ରେଡ୍ଡିଙ୍କ କହିବାନୁସାରେ, ପୂରା ଜିଲ୍ଲା ସୋନୁ ସୁଦଙ୍କ ସାହାଯ୍ୟ ପାଇଁ ଋଣୀ। ତାଙ୍କ ଦ୍ବାରା ସ୍ଥାପିତ କରାଯାଉଥିବା ଅକ୍ସିଜେନ ପ୍ଲାଣ୍ଟ ଦ୍ବାରା କୁରନୁଲ ସରକାରୀ ହସ୍ପିଟାଲରେ ପ୍ରତିଦିନ ୧୫୦ରୁ ୨୦୦ କୋଭିଡ ରୋଗୀଙ୍କୁ ଚିକିତ୍ସାରେ ସାହାଯ୍ୟ ହେବ।