ମହିଳା ବିଶ୍ବକପ : ଭାରତକୁ ୩ ୱିକେଟରେ ହରାଇଲା ସାଉଥ୍ ଆଫ୍ରିକା

ନୂଆଦିଲ୍ଲୀ, ୧୦/୧୦ : ମହିଳା ବିଶ୍ବକପରେ ଭାରତକୁ ୩ ୱିକେଟରେ ହରାଇଲା ସାଉଥ୍ ଆଫ୍ରିକା । ଆଇସିସି ମହିଳା ଏକଦିବସୀୟ ବିଶ୍ୱକପ୍ ୨୦୨୫ ରେ ଭାରତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏକ ସମ୍ମାନଜନକ ସ୍କୋର ସ୍ଥାପନ କରିଥିଲା। ବିଶାଖାପାଟଣାରେ ଖେଳାଯାଇଥିବା ମ୍ୟାଚ୍ ରେ, ଭାରତୀୟ ମହିଳା ଦଳ ୱିକେଟକିପର-ବ୍ୟାଟସମ୍ୟାନ୍ ରିଚା ଘୋଷଙ୍କ ଚମତ୍କାର ଇନିଂସ ଯୋଗୁଁ ଭ୍ରମଣକାରୀ ଦଳ ପାଇଁ ୨୫୨ ରନର ଏକ ଚ୍ୟାଲେଞ୍ଜିଂ ଟାର୍ଗେଟ୍ ଦେଇଥିଲା। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବା ପରେ, ଭାରତୀୟ ଦଳ ୪୯.୫ ଓଭରରେ ୨୫୧ ରନରେ ଅଲଆଉଟ୍ ହୋଇଥିଲା। ଭାରତୀୟ ମହିଳା କ୍ରିକେଟ ଦଳ ପ୍ରଥମେ ବ୍ୟାଟିଂ କରି ୪୯.୫ ଓଭରରେ ସମସ୍ତ ଓ୍ବିକେଟ ହରାଇ ୨୫୧ ରନ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ରିଚା ଘୋଷ ସର୍ବାଧିକ ୯୪ ରନ ସଂଗ୍ରହ କରିଥିଲେ। ମିଡିଲ ଅର୍ଡର ବିଫଳତା ଯୋଗୁ ଭାରତ ୧୦୦ ରନରେ ୫ ଉଇକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଳା। ମାତ୍ର ରିଚା ଘୋଷ ଏବଂ ସ୍ନେହ ରାଣାଙ୍କ ଗୁରୁତ୍ଵପୂର୍ଣ୍ଣ ପାଳି ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲା। ସ୍ନେହ ୩୩ ରନ କରିଥିଲେ। ଦକ୍ଷିଣ ଆଫ୍ରିକା ତରଫରୁ କ୍ଲୋଇ ଟ୍ରାଇଅନ ସର୍ବାଧିକ ୩ ଉଇକେଟ ନେଇଥିବାବେଳେ ମାରିଜାନେ କାପ୍‌, ନାଦିନେ ଡି କ୍ଲର୍କ, ନନକୁଲୁଲେକୋ ମାବା ଦୁଇଟି ଲେଖାଏ ଏବଂ ଟୁମି ସେଖୁଖୁନେ ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ।

SBI_Festive_Digital Billboard