ରାଜ୍ୟରୁ ବିଦାୟ ନେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର, ୧୧/୧୦ : ରାଜ୍ୟରୁ ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆଗାମୀ ୨-୩ ଦିନ ମଧ୍ୟରେ ଏହି ପ୍ରକ୍ରିୟା ଆରମ୍ଭ ହେବ । ଓଡ଼ିଶାର କିଛି ଅଞ୍ଚଳରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପାଇଁ ପାଗ ସଂପୂର୍ଣ୍ଣ ଅନୁକୁଳ ରହିଛି । ଏ ନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ । ଆସନ୍ତା ୨-୩ ଦିନ ଭିତରେ ଓଡ଼ିଶା, ତେଲେଙ୍ଗାନା, ସିକ୍କିମ ଏବଂ ପଶ୍ଚିମବଙ୍ଗର କିଛି ସ୍ଥାନରୁ ଫେରିବ ମୌସୁମୀ ବାୟୁ । ଏହି ସମୟ ଭିତରେ ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ସଂପୂର୍ଣ୍ଣ ଭାବେ ଫେରିଯିବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଅନ୍ୟପଟେ ଘୂର୍ଣ୍ଣିବଳୟ ପ୍ରଭବରେ ଓଡ଼ିଶାରେ ଅଧିକାଂଶ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଜାରି ରହିଛି। ଉତ୍ତର ଆନ୍ଧ୍ର ଉପକୂଳ ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତ୍ତନ ଠାରୁ ୯୦୦ ମିଟର ଉଚ୍ଚତାରେ ରହିଛି ଏକ ଘୂର୍ଣ୍ଣିବଳୟ । ଆଉ ଏକ ଘୂର୍ଣ୍ଣିବଳୟ ଦକ୍ଷିଣ ବାଂଲାଦେଶ ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଉତ୍ତର ବଙ୍ଗୋପସାଗର ଉପକୂଳରେ ସମୁଦ୍ର ପତ୍ତନ ଠାରୁ ୧.୫ କିଲୋମିଟର ଉପରେ ରହିଛି । ରାଜ୍ୟରେ ଦୁଇ ଦିନ ପର୍ଯ୍ୟନ୍ତ କିଛି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ। ଆଜି ବର୍ଷା ପବନ ଓ ବିଜୁଳି ଘଡ଼ଘଡ଼ି ପାଇଁ କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।

SBI_Festive_Digital Billboard