ଆଜମ ଖାନଙ୍କ ଅବସ୍ଥା ଗୁରୁତର

ଦିଲ୍ଲୀ: ୟୁପିର ରାମପୁରରୁ ସାଂସଦ ଥିବା ସମାଜବାଦୀ ପାର୍ଟିର ପ୍ରଭାବଶାଳୀ ନେତା ଆଜମ ଖାନଙ୍କ ଅବସ୍ଥା ଗୁରୁତର । ତେବେ କରୋନା ଦ୍ୱାରା ସଂକ୍ରମିତ ହେବା ପରେ ତାଙ୍କୁ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ପୁଅଙ୍କୁ ମଧ୍ୟ ସେଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ପୁଅର ଅବସ୍ଥାରେ ସୁଧାର ଆସୁଛି । କିନ୍ତୁ ଆଜମ ଖାନଙ୍କ ଅବସ୍ଥା ଉଦବେଗଜନକ ରହିଛି । ତାଙ୍କ ପାଇଁ ଆଗାମୀ ୭୨ ଘଂଟା ଗୁରୁତ୍ୱପୂର୍ଣ୍ଣ ବୋଲି ମେଦାନ୍ତ ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।

ସୂଚନାନୁସାରେ , ତେବେ ଆଜମ ଖାନ୍‌ଙ୍କ ଏଭଳି ଅବସ୍ଥା ପାଇଁ ୟୁପିର ଯୋଗୀ ସରକାରଙ୍କୁ ଦାୟୀ କିରଛନ୍ତି ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ। ଏନେଇ ସେ ଟ୍ୱିଟ୍ କରି ଯୋଗୀଙ୍କୁ ସମାଲୋଚନା କରି ଲେଖିଛନ୍ତି ଯେ ୟୁପିରେ ସବୁଠାରୁ ଖରାପ ଶାସକ ଶାସନ ଚାଲିଛି। କାରଣ ଆଜମ ଖାନଙ୍କୁ ଅକାରଣରେ ଜେଲ୍‌ରେ ରଖି ଚିକିତ୍ସା ପାଇଁ ଅନୁମତି ନଦେବା ସବୁଠାରୁ ନିଚ କାର୍ଯ୍ୟ। ଏମିତି ମଣିଷ ନର୍କକୁ ଯିବେ। ଏହା ମୋ ଭଳି ଅନେକ ଲୋକଙ୍କ ଅଭିଶାଷ ବୋଲି ରାମଗୋପାଳନ ଯାଦବ ଟ୍ୱିଟ୍ କରିଛନ୍ତି।