ଚାଲିପାରୁନି ଗୃହ, ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

ଭୁବନେଶ୍ୱର, ୨୦/୦୨ : ବଜେଟ୍ ଅଧିବେଶନର ଚତୁର୍ଥ ଦିନରେ ମଧ୍ୟ ଗୃହ ଅଚଳ ରହିଛି । ଗୃହ ଚଳାଇବା ସମ୍ଭବ ନ ହେବାରୁ ବାଚସ୍ପତି ସୁରମା ପାଢ଼ୀ ସର୍ବଦଳୀୟ ବୈଠକ ଡାକିଛନ୍ତି । ଗୃହ କାର୍ଯ୍ୟକୁ ସ୍ୱାଭାବିକ କରିବାକୁ ବାଚସ୍ପତି ସମସ୍ତ ଦଳର ସଦସ୍ୟମାନଙ୍କ ସହିତ ଆଲୋଚନା କରୁଛନ୍ତି । ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । କିନ୍ତୁ ଚାଷୀ ସମସ୍ୟା, ମଣ୍ଡି ଅବ୍ୟବସ୍ଥା ଏବଂ ଚାଷୀ ମାରଣନୀତି ଆଦି ପ୍ରସଙ୍ଗକୁ ନେଇ ଉଭୟ ବିରୋଧୀ କ୍ରମାଗତ ତିନି ହେବ ଗୃହ ଚଳାଇ ଦେଉନାହାଁନ୍ତି । ପ୍ରଶ୍ନ କାଳ ସମ୍ପୂର୍ଣ୍ଣ ଦୋଇଯାଉଛି । ଆଜି ମଧ୍ୟ ଚତୁର୍ଥ ଦିନରେ ପ୍ରଶ୍ନ କାଳ ଆରମ୍ଭ ହେବା କ୍ଷଣି ବିରୋଧୀ ସଦସ୍ୟମାନେ ସମାନ ପ୍ରସଙ୍ଗର ହଟ୍ଟଗୋଳ କରିଥିଲେ । ଫଳରେ ପ୍ରଶ୍ନକାଳ ବାତିଲ ହୋଇଥିଲା । ଏହା ପରେ ପୁନର୍ବାର ସାଢ଼େ ଏଗାରଟାରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା । ତଥାପି ବିରୋଧୀ ଶାନ୍ତ ରହିନଥିଲେ । ଫଳରେ ବାଚସ୍ପତି ଶୂନ୍ୟକାଳକୁ ବାତିଲ କରି ଗୃହକୁ ମଧ୍ୟାହ୍ନ ବାରଟା ଯାଏ ମୁଲତବୀ ରଖିଥିଲେ । ଏହା ପରେ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି । ବାଚସ୍ପତିଙ୍କ କାର୍ଯ୍ୟାଳୟରେ ସର୍ବଦଳୀୟ ବୈଠକ ବସିଛି ।