କାଲିଠୁ ଖୋଲିବ ବଡ଼ଦେଉଳ

ଭୁବନେଶ୍ୱର: ଆସନ୍ତାକାଲିଠାରୁ ଖୋଲିବାକୁ ଯାଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର । କାଲିଠାରୁ ଦୁଇଦିନ ପର୍ଯ୍ୟନ୍ତ ସେବାୟତ ପରିବାରମାନେ ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ । ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ସେମାନେ ଜଗା ଦର୍ଶନ କରିବେ ।

ଆସନ୍ତା ୧୬ରୁ ୨୦ ତାରିଖ ମଧ୍ୟରେ ପୁରୀ ସହରବାସୀଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯାଇଛି । ସେହିପରି ୨୩ରୁ ସର୍ବସାଧାରଣ ଦର୍ଶନ କରିପାରିବେ । ତେବେ ମନ୍ଦିର ଖୋଲିବା ନେଇ ଏସଓପି ଜାରି କରାଯାଇଥିବା ଜଣାପଡ଼ିଛି ।