ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଇରାନ ଉପରେ ଆମେରିକାର ଭୟଙ୍କର ଆକ୍ରମଣ, ୮୭ ଜଣଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ, ୦୫/୦୩ : ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ​ଆମେରିକାର ବଡ଼ ଆକ୍ରମଣରେ ଇରାନର ଶକ୍ତିଶାଳୀ ଯୁଦ୍ଧ ଜାହାଜ ବୁଡ଼ିବା ଘଟଣାରେ ସମଦ୍ରରୁ ୮୭ଜଣଙ୍କ ମୃତଦେହ ଉଦ୍ଧାର । ୩୨ଜଣ ଗୁରୁତରଙ୍କୁ ଉଦ୍ଧାର ପରେ ଶ୍ରୀଲଙ୍କାର ଗାଲେ ହସପିଟାଲରେ ଭର୍ତ୍ତି କରାଯାଇଛି । ଜାହାଜରେ ପ୍ରାୟ ୧୮୦ ଜଣ କର୍ମଚାରୀ ଥିଲେ । ଯୁଦ୍ଧ ଜାହାଜରେ ଥିବା ଅନ୍ୟମାନେ ନିଖୋଜ ଅଛନ୍ତି । ଶ୍ରୀଲଙ୍କା ଉପକୂଳ ନିକଟ ଭାରତ ମହାସାଗରରେ ଆମେରିକାର ବୁଡ଼ାଜାହାଜ ଇରାନର ଯୁଦ୍ଧ ଜାହାଜ ‘ଇ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଆମେରିକା ପ୍ରଥମ ଥର ପାଇଁ ଟର୍ପିଡୋ ବ୍ୟବହାର କରି କୌଣସି ଶତ୍ରୁ ଜାହାଜକୁ ନଷ୍ଟ କରିଛି। ​ଆମେରିକା ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ଏହାକୁ ସ୍ପଷ୍ଟ କହିଛନ୍ତି । ଏହି ଆକ୍ରମଣ ଫଳରେ ଇରାନର ସାମୁଦ୍ରିକ ଶକ୍ତି ଦୁର୍ବଳ ହୋଇଯାଇଛି । ​ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏହା ପ୍ରଥମ ଘଟଣା, ଯେଉଁଠି ଏକ ଶତ୍ରୁ ପକ୍ଷର ଜାହାଜକୁ ଟର୍ପିଡୋ ମାରି ବୁଡ଼ାଇ ଦେଇଛି ଆମେରିକା । ମଗ କ୍ଲାସର ଯୁଦ୍ଧ ଜାହାଜ ଇରିସ୍ ଦେନାରେ ପ୍ରାୟ ୧୮୦ଜଣ ନୌସୈନିକ ଥିଲେ । ଆମେରିକା ଓ ଇରାନ ମଧ୍ୟରେ ବଢୁଥିବା ଯୁଦ୍ଧ ପରିସ୍ଥିତି ଯୋଗୁଁ ଏହି ଆକ୍ରମଣ କରାଯାଇଛି । ଶ୍ରୀଲଙ୍କାର ଗାଲେ ସହରଠାରୁ ପ୍ରାୟ ୨୦-୪୦ ନଟିକାଲ ମାଇଲ ଦୂର ଅନ୍ତର୍ଜାତୀୟ ଜଳସୀମାରେ ଏହି ଆକ୍ରମଣ ହୋଇଛି । ଶ୍ରୀଲଙ୍କା ନୌସେନା ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ​ଆମେରିକାର ରିପୋର୍ଟ ଅନୁଯାୟୀ ଫେବୃଆରୀ ୨୮ରୁ ଏପର୍ଯ୍ୟନ୍ତ ଇରାନର ୧୭ଟି ଯୁଦ୍ଧ ଜାହାଜକୁ ଧ୍ୱଂସ କରାଯାଇସାରିଛି । ବର୍ତ୍ତମାନ ପର୍ସିଆନ୍ ଗଲ୍ଫ, ହର୍ମୁଜ୍ ପ୍ରଣାଳୀ କିମ୍ବା ଓମାନ ସାଗରରେ ଇରାନର କୌଣସି ଜାହାଜ ଚଳାଚଳ କରୁନାହିଁ।