ପୁରୀ, ୧୬/୫: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ବଡ ପଦକ୍ଷେପ ନେଇଛନ୍ତି । ଜୁନ ୧୫ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ସେହି ଦିନ ପର୍ଯ୍ୟନ୍ତ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ପୂର୍ବରୁ କେବଳ ଶନିବାର ଓ ରବିବାର ଦିନ ଭକ୍ତଙ୍କ ଦର୍ଶନ ବନ୍ଦ ରହିଥିଲା। ପରେ ମେ ୧୫ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିରରେ କଟକଣା ଜାରି ରହିଥିଲା। ତେବେ ଏହି ସମୟରେ ସୀମିତ ସେବାୟତଙ୍କୁ ନେଇ ନୀତିକାନ୍ତି ଜାରି ରହିବ।
ରବିବାର ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନର ହୋଇଥିବା ବୈଠକରେ କୋଭିଡ୍ ସ୍ଥିତିର ସମୀକ୍ଷା ପରେ ଜୁନ ୧୫ ଯାଏ ଶ୍ରୀମନ୍ଦିର ବନ୍ଦ ରଖାଯିବା ନିଷ୍ପତ୍ତି ନିଆଯାଇଛି। ଶ୍ରଦ୍ଧାଳୁଙ୍କ ପାଇଁ ସାଧାରଣ ଦର୍ଶନ ବନ୍ଦ ରହିବ। ସୀମିତ ସେବାୟତଙ୍କୁ ନେଇ ଶ୍ରୀମନ୍ଦିରର ନୀତିକାନ୍ତି ଜାରି ରହିବ।