ନୟାଗଡ଼, ୩୦/୧- (ନିଶିକାନ୍ତ ରଥ) : ନୟାଗଡ଼ ଜିଲ୍ଲା ଗୋଡ଼ିପଡ଼ା ହାଇସ୍କୁଲର ଶିକ୍ଷୟିତ୍ରୀ ନୀଳୀମା ହେହେରାଙ୍କୁ ତାଙ୍କର ଜଣେ ପରିଚିତ ଯୁକବ ଏକ ଧାରୁଆ ଛୁରୀରେ ମରଣାନ୍ତକ ଆକ୍ରମଣ କରି ପରେ ନିଜ ବେକକୁ କାଟି ପକାଇଛନ୍ତି । ଏଥିରେ ଶିକ୍ଷୟିତ୍ରୀ ଓ ଯୁବକଙ୍କ ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ ନୟାଗଡ଼ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ପରେ ରାଜଧାନୀ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଏପରି ଅଭାନୀୟ ଘଟଣା ଘଟିଛି ଶନିବାର ଅପରାହ୍ନରେ ।
ସୂଚନା ଅନୁଯାୟୀ ଗୋଡ଼ିପଡ଼ା ହାଇସ୍କୁଲର ଶିକ୍ଷୟିତ୍ରୀ ନିଳୀମା ସ୍କୁଲରୁ ଅପରାହ୍ନ ୪ଟା ରହୁଥିବା ଭଡ଼ାଘରକୁ ଫେରିଥିଲେ । ସେଠାରେ ପୂର୍ବରୁ ଜଗି ରହିଥିବା ତାଙ୍କର ଜଣେ ପରିଚିତ ଯୁବକ ନିଳୀମାଙ୍କ ସହ କିଛି କଥା ହେବା ବେଳେ ଯୁବକ ଜଣଙ୍କ ଏକ ଛୁରୀରେ ଶିକ୍ଷୟିତ୍ରୀ ନିଳୀମାଙ୍କ ବେକମୁଣ୍ଡାକୁ ଆକ୍ରମଣ କରିଥିଲେ । ଶିକ୍ଷୟିତ୍ରୀ ଚିତ୍କାର ଶୁଣି ଘରମାଲିକ ଓ ତାଙ୍କ ପୁଅ ଘରୁ ବାହାରି ନିଳୀମାଙ୍କୁ ଆକ୍ରମଣକରୀ ଯୁବକଙ୍କ କବଳରୁ ରକ୍ଷା କରିଥିଲେ । ସେତବେଳକୁ ନିଳୀମାଙ୍କ ବେକମୁଣ୍ଡା ଓ କାନ ଆଦି ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇ ରକ୍ତ ବୋହୁଥିଲା । ସେପଟେ ଆକ୍ରମଣକାରୀ ଯୁବକ ଜଣଙ୍କୁ କାବୁ କରିବାକୁ ସ୍ଥାନୀୟ ଲୋକେ ରୁଣ୍ଡ ହୋଇ ଥିଲେ । ଏଥିରେ ଭୟଭିତ ହୋଇ ଯୁବକ ଜଣକ ନିଜ ବେକକୁ ହାତରେ ଧରିଥିବା ଛୁରୀରେ କାଟି ପକାଇ ଥିଲେ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ସ୍ଥାନୀୟ ପୋଲିସ୍ ଉଭୟଙ୍କୁ ପନୟାଗଡ଼ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିବା ପରେ ସେଠାରେ ଚିକିତ୍ସା ହୋଇଥିଲା । ଅବସ୍ଥା ଗୁରୁତର ହେବାକୁ ଉଭୟଙ୍କୁ ରାଜଧାନୀ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି ।

ଯୁବକଙ୍କ ଆକ୍ରମଣରୁ ଶିକ୍ଷୟିତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଘରମାଲିକ ଓ ଘରମାଲିକଙ୍କ ପୁଅ ଆହତ ହୋଇଥିବା ଖବର ମିଳିଛି । ଆହତ ଶିକ୍ଷୟିତ୍ରୀ ନିଜର ପିଲା ଛୁଆଙ୍କ ସହ ଭଡ଼ାଘରେ ରହୁଥିବା ବେଳେ ବାହାରେ ରହି ଚାକରୀ କରୁଥିବାରୁ କାରଣରୁ ସ୍ୱାମୀ ଘରେ ନଥିଲେ ସେତିକି ବେଳେ କେଉଁ କାରଣରୁ ଶିକ୍ଷୟିତ୍ରୀ ନିଳୀମାଙ୍କୁ ଯୁବକ ଜଣକ ମରଣାନ୍ତକ ଆକ୍ରମଣ କରିଛି ତାହା କାରଣ ଜଣାପଡ଼ି ନାହିଁ । ଯୁବକ ଜଣକ ଶିକ୍ଷୟିତ୍ରୀଙ୍କ ପରିଚୟ ଥିବା ପରି କଥା ହୋଇ ହଠାତ ଆକ୍ରମଣ ଘଟଣା ଘଟିବା ପଛର ରହସ୍ୟ ଜଣାପଡ଼ି ନାହିଁ । ଆକ୍ରମଣକାରୀ ଯୁବକଙ୍କ ଘର କେନ୍ଦ୍ରାପଡା ପଟାମୁଣ୍ଡାଇ ଅଞ୍ଚଳର କୁହାଯାଉଛି । ପୋଲିସ୍ ତଦନ୍ତରୁ ଘଟଣା ପଛର କାରଣ ସ୍ପଷ୍ଟ ହେବ ।