ଡିଜିଟାଲ ଦୁନିଆରେ ଅରୁନ୍ଧତୀର ଐତିହାସିକ ଅଧ୍ୟାୟ: ୨ ଲକ୍ଷ ଟଙ୍କାର ପୁରସ୍କାରରେ ମାଲାମାଲ ହେଲେ ଷ୍ଟାର୍

ଭୁବନେଶ୍ୱର, ୨୧/୦୨ : ଓଡ଼ିଶାର ସର୍ବବୃହତ ଜୁଏଲାରୀ ବ୍ରାଣ୍ଡ ‘ଅରୁନ୍ଧତୀ ଜୁଏଲର୍ସ’ ପକ୍ଷରୁ ଗତ ଏକ ମାସ ଧରି ଚାଲିଥିବା ଡିଜିଟାଲ୍ ପ୍ରତିଯୋଗିତା ‘ଷ୍ଟାର୍ ଇନ୍‌ଫ୍ଲୁଏନ୍ସର ଅଫ୍ ଓଡ଼ିଶା ୨୦୨୫’ ର ଭବ୍ୟ ଉଦ୍‌ଯାପନୀ ତଥା ପୁରସ୍କାର ବିତରଣ ଉତ୍ସବ ଭୁବନେଶ୍ୱର ଜନପଥ ସ୍ଥିତ ହୋଟେଲ ପ୍ରାଚୀଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅରୁନ୍ଧତୀ ଜୁଏଲର୍ସର ବର୍ତ୍ତମାନର ବ୍ରାଣ୍ଡ ଆମ୍ବାସଡର ତଥା ଓଲିଉଡ଼ ଡ଼ିଭା ଅର୍ଚ୍ଚିତା ସାହୁଙ୍କ ଉପସ୍ଥିତିରେ ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ଶିବାନୀ ସଙ୍ଗୀତାଙ୍କୁ ଅରୁନ୍ଧତୀ ଜୁଏଲର୍ସର ନୂତନ ‘ବ୍ରାଣ୍ଡ ଆମ୍ବାସଡର’ ଭାବେ ଘୋଷଣା କରାଯାଇଛି । ଅର୍ଚ୍ଚିତାଙ୍କ ସହ ଯୋଡି ହେଇ ଏବେ ଶିବାନୀ ମଧ୍ୟ ଅରୁନ୍ଧତୀର ଗାରିମାକୁ ଆଗକୁ ବଢ଼ାଇବେ ଓ ତାଙ୍କ ସହ ମିଶି ଅରୁନ୍ଧତୀର ପରମ୍ପରା ଏବଂ ବିଶ୍ୱାସର ଧାରାକୁ ବଳବତ୍ତର ରଖିବେ ।

 

ଅରୁନ୍ଧତୀ ତରଫରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଓଡ଼ିଶାର କୋଣ ଅନୁକୋଣରୁ ଅଂଶଗ୍ରହଣ କରିଥିବା ୫୩୮ ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ ମୋଟ ୫୨ ଜଣ ପ୍ରତିଭାବାନ ଇନ୍‌ଫ୍ଲୁଏନ୍ସର ପ୍ରତିଯୋଗିତାର ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ । ବିଚାରକ ମଣ୍ଡଳୀରେ ଓଲିଉଡ୍ ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ଗୀତିକାର ଅରୁଣ ମନ୍ତ୍ରୀ ଏବଂ ଟେଲି ଆଙ୍କର ଶୋଭନା ମିଶ୍ର ଯୋଗଦେଇ ବିଜେତା ଚୟନ କରିଥିଲେ । ଅଂଶଗ୍ରହଣ କରିଥିବା ସମସ୍ତ ୫୨ ଜଣ ପ୍ରତିଭାବାନ ଇନ୍‌ଫ୍ଲୁଏନ୍ସରଙ୍କୁ ସେମାନଙ୍କର ଅଦ୍ଭୁତପୂର୍ବ କଣ୍ଟେଣ୍ଟ ପାଇଁ ଆକର୍ଷଣୀୟ ଗିଫ୍ଟ ହ୍ୟାମ୍ପର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଅଛି । ସୃଜନଶୀଳତାର ଏହି ମହାକୁମ୍ଭରେ ଅଭିଷେକ ଦାସ ନିଜର ଚମତ୍କାର ପ୍ରଦର୍ଶନ ପାଇଁ ପ୍ରଥମ ବିଜେତା ଭାବେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ହାସଲ କରିଥିବା ବେଳେ, ଶ୍ରଦ୍ଧା ବ୍ଲଗ୍ସ ଦ୍ୱିତୀୟ ସ୍ଥାନ ସହ ୬୦ ହଜାର ଟଙ୍କା ଏବଂ ଡକ୍ଟର ମୟୀ ମାହେଶ୍ୱରୀ ତୃତୀୟ ବିଜେତା ଭାବେ ୪୦ ହଜାର ଟଙ୍କା ଜିତି ସାରା ଓଡ଼ିଶାର ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଏହି ଅବସରରେ ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବ୍ରହ୍ମାନନ୍ଦ ମେହେର ନିଜର ଖୁସି ବ୍ୟକ୍ତ କରି କହିଥିଲେ ଯେ, “ଓଡ଼ିଶାର ପ୍ରତିଭାବାନ ଯୁବପିଢ଼ିଙ୍କୁ ଏକ ଉପଯୁକ୍ତ ପ୍ଲାଟଫର୍ମ ପ୍ରଦାନ କରିବା ଆମର ମୁଖ୍ୟ ଲକ୍ଷ୍ୟ ଥିଲା। ଏହି ପ୍ରତିଯୋଗିତା ମାଧ୍ୟମରେ ଆମେ ଡିଜିଟାଲ ପ୍ଲାଟଫର୍ମରେ ୨୦ ମିଲିୟନରୁ ଅଧିକ ଭ୍ୟୁଜ୍ ପାଇ ଏକ ନୂତନ ରେକର୍ଡ ସୃଷ୍ଟି କରିଛୁ|ଆଗାମୀ ଦିନରେ ମଧ୍ୟ ଆମେ ଏଭଳି ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଜାରି ରଖିବୁ” । ନୂତନ ବ୍ରାଣ୍ଡ ଆମ୍ବାସଡର ଭାବେ ଶିବାନୀଙ୍କ ଯୋଗଦାନ ବ୍ରାଣ୍ଡକୁ ଆହୁରି ଯୁବପିଢ଼ିଙ୍କ ନିକଟତର କରିବ ବୋଲି ସେ ଦୃଢ଼ ବିଶ୍ୱାସ ପ୍ରକଟ କରିଛନ୍ତି ।