ଝାରସୁଗୁଡ଼ା ୬/୦୪ : ଝାରସୁଗୁଡ଼ା ଜିଲ୍ଲା ରାଜ୍ୟ ରାଜପଥରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଗତକାଲି ବିଳମ୍ବିତ ରାତିରେ ଘଟିଥିବାର ଖବର ମିଳିଛି। ଏଠାରେ ଭାରସାମ୍ୟ ହରାଇ ଦୁଇଟି ଟ୍ରକ୍ ପଛକୁ ପଛ ଓ ଗୋଟିଏ ହାଇୱା ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣା ପରେ ୩ଟି ଯାକ ଗାଡ଼ି ସର୍ଟସର୍କିଟରୁ ଜଳି ଯାଇଥିବା ବେଳେ ଭିତରେ ବସିଥିବା ଚାଳକମାନେ ବାହାରିପାରିନଥିଲେ।
ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ଏହାଫଳରେ ଗାଡ଼ିରେ ଥିବା ୩ ଜଣଯାକ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ମାତ୍ର ଏଯାଏ ମୃତକଙ୍କ ପରିଚୟ ମିଳିପାରିନାହିଁ।