କଟକ ୧୫/୦୪: ଶନିବାର ରାଜ୍ୟ ବାର କାଉନସିଲ ନିର୍ବାଚନ । ଏଥିପାଇଁ ୩୪ ହଜାର ୯୦୮ ଜଣ ଭୋଟର ନିଜ ନିଜର ମତ ସାବ୍ୟସ୍ତ କରିବେ । ୧୦ ଟାରୁ ଅପରାହ୍ନ ୫ ଟା ଯାଏଁ ମତଦାନ ହେବ । ସେଥିପାଇଁ ୧୬୭ ଟି ମତଦାନ କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ବାର କାଉନସିଲ ନିର୍ବାଚନ ପାଇଁ ଶନିବାର ରାଜ୍ୟର ସମସ୍ତ ଆଇନ ଅଦାଲତ ବନ୍ଦ ରହିବ । ଚଳିତ ବର୍ଷ ଅବସର ପ୍ରାପ୍ତ ବିଚାରପତି ଜଷ୍ଟିସ ପ୍ରମଥ ପଟ୍ଟନାୟକ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ । ରାଜ୍ୟ ଆଇନଜୀବୀ ପରିଷଦର ୨୫ ଟି ସଭ୍ୟପଦ ପାଇଁ ନିର୍ବାଚନ ହେବ । ଚଳିତ ଥର ମୋଟ ୯୬ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି । ୧୦ବର୍ଷ ପରେ ବାର କାଉନସିଲ ନିର୍ବାଚନ ହେଉଥିବାରୁ ଶୃଙ୍ଖଳାର ସହ କିପରି ମତଦାନ ହୋଇପାରିବ ସେଥିଲାଗି କାଉନସିଲ କର୍ତ୍ତୃପକ୍ଷ ଆୟୋଜନ କରିଛନ୍ତି । ଏପ୍ରିଲ ୨୧ତାରିଖରୁ ଭୋଟ ଗଣତି କାର୍ଯ୍ୟ ଆରମ୍ଭ ହେବ ।
