ଆସନ୍ତା ୧୮ରୁ ରାଜ୍ୟ ବିଧାନସଭା ଅଧିବେଶନ, ୨୨ରେ ଉପସ୍ଥାପିତ ହେବ ବଜେଟ

ଭୁବନେଶ୍ୱର, ୧/୨ : ଆସନ୍ତା ୧୮ରୁ ରାଜ୍ୟ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ ଫେବୃଆରୀ ୨୨ରେ ଉପସ୍ଥାପିତ ହେବ ବୋଲି ସୂଚନା ମିଳିଛି। ୨ଟି ପର୍ଯ୍ୟାୟରେ ଏହି ଅଧିବେଶନ ମୋଟ ୩୧ଦିନ ପାଇଁ ଏପ୍ରିଲ ୯ ତାରିଖ ଯାଏଁ ଚାଲିବ । ମାର୍ଚ୍ଚ ୩୧ତାରିଖରେ ବ୍ୟୟମଞ୍ଜୁରୀ ବିଲ୍ ଆଗତ ହେବ। ପ୍ରଥମ ଦିନ ଅର୍ଥାତ ୧୮ ତାରିଖରେ ରାଜ୍ୟପାଳ ଶ୍ରୀଗଣେଶୀ ଲାଲଙ୍କ ଅଭିଭାଷଣରୁ ବଜେଟ ଅଧିବେଶନ ଆରମ୍ଭ ହେବ ।

ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୃହରେ ତାଙ୍କ ଅଭିଭାଷଣ ରଖିବେ। ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଣି ଆଲୋଚନା କରାଯିବ । ପରେ ଅର୍ଥମନ୍ତ୍ରୀ ୨୦୨୧-୨୨ ଆର୍ଥିକବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ ।