ଭୁବନେଶ୍ୱର, ୦୫/୦୪ : ରାଜ୍ୟ କ୍ୟବିନେଟ ବୈଠକରେ ୧୩ଟି ବିଭାଗର ୧୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ ବା ଭିସୁଟ୍କୁ ଜାତୀୟ ସ୍ତରର ଏକ ପ୍ରମୁଖ ବୈଷୟିକ ଶିକ୍ଷା ଓ ଗବେଷଣା କେନ୍ଦ୍ରରେ ପରିଣତ କରାଯିବ । ଭିଏସ୍ଏସ୍ୟୁଟି ପୁନଃବିକାଶ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ୟାକେଜ୍-୧ରେ ୯୨୯ କୋଟି ୯୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନା କାର୍ଯ୍ୟକାରୀ ହେଲେ ପ୍ରାୟ ୧୦ ହଜାର ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ, ଗବେଷଣା ଏବଂ ଆବାସିକ ଆବଶ୍ୟକତାକୁ ପୂରଣ କରାଯାଇପାରିବ । ପ୍ରସ୍ତାବିତ ପ୍ରକଳ୍ପରେ ଶୈକ୍ଷିକ ବ୍ଲକ୍, ପରୀକ୍ଷାଗାର, ଛାତ୍ରାବାସ, ଉପଯୋଗିତା ପ୍ରଣାଳୀ, ସୁବିଧା ସମ୍ବନ୍ଧିତ ସ୍ଥଳବିକାଶ କାର୍ଯ୍ୟ ଅର୍ନ୍ତଭୁକ୍ତ ।