ରାଜ୍ୟରେ ଆଜି ୧,୬୩୭ ଜଣ କରୋନା ପଜିଟିଭ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୬୨

ଭୁବନେଶ୍ୱର,୨୬/୭ : ରାଜ୍ୟରେ ଆଜି ୧୬୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୯୪୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୬୮୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫୦ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୦୦ ଜଣ, ବାଲେଶ୍ୱରରୁ ୫୭ ଜଣ, ବରଗଡ଼ରୁ ୧୧ ଜଣ, ଭଦ୍ରକରୁ ୭୧ ଜଣ, ବଲାଙ୍ଗୀରରୁ ୮ ଜଣ, ବୌଦ୍ଧରୁ ୯, କଟକରୁ ୨୫୦ ଜଣ, ଦେବଗଡ଼ରୁ ୪ ଜଣ, ଢେଙ୍କାନାଳରୁ ୫୦ ଜଣ, ଗଜପତିରୁ ୧୬ ଜଣ, ଗଞ୍ଜାମରୁ ୧୬ ଜଣ, ଜଗତସିଂହପୁରରୁ ୮୫ ଜଣ, ଯାଜପୁରରୁ ୮୦ ଜଣ, ଝାରସୁଗୁଡ଼ାରୁ ୬ ଜଣ, କଳାହାଣ୍ଡିରୁ ୭ ଜଣ, କନ୍ଧମାଳରୁ ୩୬ ଜଣ, କେନ୍ଦ୍ରାପଡ଼ାରୁ ୭୬ ଜଣ, କେଉଁଝରରୁ ୧୮ ଜଣ, ଖୋର୍ଦ୍ଧାରୁ ୩୫୦ ଜଣ, କୋରାପୁଟରୁ ୯ ଜଣ, ମାଲକାନଗିରିରୁ ୯ ଜଣ, ମୟୁରଭଞ୍ଜରୁ ୭୫ ଜଣ, ନବରଙ୍ଗପୁରରୁ ୯ ଜଣ, ନୟାଗଡ଼ରୁ ୩୯ ଜଣ, ନୂଆପଡ଼ାରୁ ୧୪, ପୁରୀରୁ ୭୮ ଜଣ, ରାୟଗଡ଼ାରୁ ୧୪ ଜଣ, ସମ୍ୱଲପୁରରୁ ୧୩ ଜଣ, ସୋନପୁରରୁ ୧୧, ସୁନ୍ଦରଗଡ଼ରୁ ୬୧ ଓ ଷ୍ଟେଟ ପୁଲରୁ ୭୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୬୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୫,୫୭୪କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୨ଜଣ ରହିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୧୦ଜଣ ରହିଛନ୍ତି । କେନ୍ଦୁଝର ଜିଲ୍ଲାରୁ ୪ଜଣ ରହିଥିବା ବେଳେ ଯାଜପୁର ଜିଲ୍ଲାରୁ ୨ଜଣ ରହିଛନ୍ତି । ସେହିପରି ଗଞ୍ଜାମ, ଜଗତସିଂହପୁର , କନ୍ଧମାଳ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।