ରାଜ୍ୟରେ ଆଜି ୨୬୩ ଜଣ କରୋନା ସଂକ୍ରମିତ ଚିହ୍ନଟ, ୪ ମୃତ : ୩ ଲକ୍ଷ ୨୯ ହଜାରରେ ପହଁଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ବର,୨୯ /୧୨: ଆଜି ରାଜ୍ୟରେ ୨୬୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫୧ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୧୧୨ ଜଣ ସ୍ଥାନୀୟ ସଂକ୍ରମିତ। ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୯ ହଜାର ୧ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଜିଲ୍ଲାରୁ ଯଥାକ୍ରମେ, ଅନୁଗୁଳରୁ ୨୦, ବାଲେଶ୍ବରରୁ ୧୯, ବରଗଡ଼ରୁ ୨୩, ଭଦ୍ରକରୁ ୨, ବଲାଙ୍ଗୀରରୁ ୨୨, ବୌଦ୍ଧରୁ ୫ , କଟକରୁ ୭, ଦେଓଗଡ଼ରୁ ଜଣେ, ଗଞ୍ଜାମ ୪ , ଜଗତ୍‌ସିଂହପୁରରୁ ୨ , ଯାଜପୁରରୁ ୮ , ଝାରସୁଗୁଡ଼ାରୁ ୧୫ , କଳାହାଣ୍ଡିରୁ ୧୧ , କେନ୍ଦ୍ରାପଡ଼ାରୁ ୧୦ , କେନ୍ଦୁଝରରୁ ୭ , ଖୋର୍ଦ୍ଧାରୁ ୧୯ , ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୧୦ , ନବରଙ୍ଗପୁରରୁ ୨, ନୟାଗଡ଼ରୁ ୫ , ନୂଆପଡ଼ାରୁ ୫ , ପୁରୀରୁ ୨ , ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୨୦, ସୋନପୁରରୁ ୫, ସୁନ୍ଦରଗଡ଼ରୁ ୩୨ ଓ ଷ୍ଟେଟ୍‌ ପୁଲ୍‌ରୁ ୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି କରୋନାରେ ୪ ଜଣଙ୍କର ମୃତ୍ୟୁ ଘଟିଛି।

Comments are closed.