ଭୁବନେଶ୍ବରରୁ ସିଙ୍ଗାପୁରକୁ ମେ ଶେଷ ସପ୍ତାହରେ ବିମାନ ଉଡ଼ାଣ

ଭୁବନେଶ୍ବର ୪/୦୪ : ଭୁବନେଶ୍ବରକୁ ସିଙ୍ଗାପୁରକୁ ବିମାନ ଉଡ଼ାଣ ମେ’ ମାସରେ କରିବ । ଓଡ଼ିଶା ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ। ଜାପାନ ଗସ୍ତରେ ଯିବା ଅବସରରେ ମୁଖ୍ୟମନ୍ତ୍ରୀ କିଛି ସମୟ ପାଇଁ ସିଙ୍ଗାପୁର ବିମାନବନ୍ଦରରେ ଅଟକିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ। ପାଣ୍ଡିଆନ ଏହି ଭିଡିଓକୁ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରି ଭୁବନେଶ୍ବର-ସିଙ୍ଗାପୁର ବିମାନ ଉଡ଼ାଣ ନେଇ ସୂଚନା ଦେଇଛନ୍ତି। ଏହାସହ ଲେଖିଛନ୍ତି ଯେ ଦକ୍ଷତା ବିକାଶ ପାଇଁ ଆମେ ପୂର୍ବରୁ ଆଇଟିଇଏସ୍‌ ସିଙ୍ଗାପୁର ସହ ସହବନ୍ଧିତ। ଆମର ଛାତ୍ରଛାତ୍ରୀମାନେ ଏଠାରେ ପ୍ରଶିକ୍ଷଣ ନେଇଛନ୍ତି।

SBI AD