ହକି ବିଶ୍ୱକପ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର,୧୬/୧୨: ହକି ବିଶ୍ୱକପ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। ସେ କହିଛନ୍ତି ବିଭିନ୍ନ ବିଭାଗକୁ ଯେଉଁ କାର୍ଯ୍ୟ ଦିଆଯାଇଛି ସେ କାମଗୁଡିକ ଆଗେଇ ଚାଲିଛି। ବିଶ୍ୱକପ ଆରମ୍ଭ ହେବାର ବହୁ ପୂର୍ବରୁ ଏହି କାମ ସରିଯିବ। ୧୩ ଜାନୁଆରିରେ ରାଉଲକେଲାରେ ଉଦଘାଟନୀ କାଯ୍ୟକ୍ରମ ଆୟୋଜନ କରାଯାଇଛି।

ସେହିଭଳି କଟକର ବାରବାଟୀ ଷ୍ଟାଡିୟମରେ ମଧ୍ୟ ଜାନୁଆରି ତାରିଖରେ ହକି ବିଶ୍ୱକପ ନେଇ ଏକ ଭବ୍ୟ କାଯ୍ୟକ୍ରମର ଆୟୋଜନ କରାଯିବାର କାଜ୍ୟକ୍ରମ ରହିଛି। ଯେଉଁଠି ୪୦ ହଜାର ଦର୍ଶକ ଏବଂ ଅତିଥି ଯୋଗଦେବେ। ତାସହ ରାଜ୍ୟର ସମସ୍ତ ପଂଚାୟତରେ ହକି ସହ ଅନ୍ୟ ଖେଳ ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ସହ ହକିର ମାହୋଲ ସୃଷ୍ଟି କରିବାକୁ ପାଇଁ ବିଭିନ୍ନ କାଯ୍ୟକ୍ରମ ହାତକୁ ନିଆଯିବାକୁ ଯୋଜନା ରହିଛି। ବିଶ୍ୱକପ ହକିର ସେରିମନି ପ୍ରୋସେସନ ଜିଲ୍ଲାଗୁଡିକରେ ମଧ୍ୟ କରାଯିବା। ଅନୁଧ୍ୟାନ ଚାଲିଛି ଖୁବ ଶୀଘ୍ର ଆମେ ଲାଇସେନ୍ସ ପାଇବୁ। ତାସହ କମରସିଆଲ ସେବା ଆରମ୍ଭ କରିବୁ। ସମସ୍ତ ହକି ଖେଳାଳିମାନଙ୍କୁ ଚାଟାଡ଼ ଫ୍ଲାଇଟରେ ଭୁବନେଶ୍ୱର ଏବଂ ରାଉଲକେଲାକୁ ନେବଆଣିବା କରାଯିବା।

SBI AD