ରାଜ୍ୟର ୪ ଜିଲ୍ଲାରେ ଝଡ଼ବର୍ଷା : ଦିନରେ ପ୍ରବଳ ଖରା ଜାରି ରହିବ

ଭୁବନେଶ୍ବର : ରାଜ୍ୟର ବିଭିନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇଛି। ମାଲକାନଗିରି, ‌କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ବଲାଙ୍ଗୀର, ସୋନପୁର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ଝଡ଼ବର୍ଷା ହୋଇଯାଇଛି ।

ଶୁକ୍ରବାର ୪ ଜିଲ୍ଲାରେ ଗଜପତି, ଗଞ୍ଜାମ, ରାୟଗଡ଼ା ଓ କନ୍ଧମାଳ‌ରେ ଝଡ଼ପବନ ସହ ବିଜୁଳି, ଘଡ଼ଘଡ଼ି ବର୍ଷା ହେବ। କିଛି ସ୍ଥାନରେ କୁଆପଥର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ଏଥିପାଇଁ ଏହି ୪ଜିଲ୍ଲା ପାଇଁ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ଏହି ୪ ଜିଲ୍ଲା ବ୍ୟତୀତ ଅବଶିଷ୍ଟ ଓଡ଼ିଶାରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ହେବ। ୮ ତାରିଖ ଦିନ ମଧ୍ୟ ରାଜ୍ୟର ୧୧ ଜିଲ୍ଲାରେ ଝଡ଼ବ‌ର୍ଷାର ସମ୍ଭାବନାକୁ ନେଇ ୟେଲୋୱାର୍ଣ୍ଣିଂ ଜାରି କରାଯାଇଛି। ଏହାପରେ ରାଜ୍ୟରେ କାଁ ଭାଁ କାଳବୈଶାଖୀ ସମ୍ଭାବନା ରହିଛି। କିନ୍ତୁ ଦିନରେ ପ୍ରବଳ ଖରା ଜାରି ରହିବ।

ଆସନ୍ତା‌ ୪ରୁ ୫ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଖରା, ତାତି ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ପାଣିପାଗ ବିଜ୍ଞାନ ପକ୍ଷରୁ କୁହାଯାଇଛି। ଶୁକ୍ରବାର ଦିନ ରାଜଧାନୀର ପାଗ ଆଂଶିକ ମେଘୁଆ ରହିବ। ଅପରାହ୍‌ଣ ଆଡ଼କୁ ହାଲୁକା ବର୍ଷା ମଧ୍ୟ ହୋଇପାରେ। ସର୍ବୋଚ୍ଚ ତାପମାତ୍ରା ୩୮ଡିଗ୍ରି ଓ ସର୍ବନିମ୍ନ ୨୫ଡିଗ୍ରି ମଧ୍ୟରେ ରହିବ।

SBI AD