ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର

0

ଭୁବନେଶ୍ୱର, ୨୦/୦୪ : ଲାଞ୍ଚ ନେବା ସମୟରେ ସମ୍ବଲପୁର ଜିଲ୍ଲା ମାନେଶ୍ୱର ତହସିଲ କାର୍ଯ୍ୟାଳୟର ଅତିରିକ୍ତ ତହସିଲଦାର ଭୁବନାନନ୍ଦ ସାହୁଙ୍କୁ ଧରିଛି ଭିଜିଲାନ୍ସ ଟିମ୍ । ତାଙ୍କ ନିକଟରୁ ୬ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି । ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୁଚନା ମୁତାବକ, ଅତିରିକ୍ତ ତହସିଲଦାର ଭୁବନାନନ୍ଦ ସାହୁ ଜଣେ ବ୍ୟକ୍ତିଙ୍କ ଚାଷଜମିକୁ ଘରଡିହ ଜମି କିସମରେ ପରିବର୍ତ୍ତନ କରିବା ବାବଦରେ ୧୦ ହଜାର ଟଙ୍କା ଦାବି କରିଥିଲେ । ଶେଷରେ ୬ ହଜାର ଟଙ୍କା ଦେବାକୁ କହିଥିଲେ। ତେବେ ଏନେଇ ଜମି କିସମ ପାଇଁ ଆବେଦନ କରିଥିବା ବ୍ୟକ୍ତି ଜଣକ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଭିଜିଲାନ୍ସ ଯୋଜନା ମୁତାବକ ସଂପୃକ୍ତ ବ୍ୟକ୍ତି ଜଣକ ଅତିରିକ୍ତ ତହସିଲଦାରଙ୍କୁ ଆଜି ମାନେଶ୍ୱର ତହସିଲ କାର୍ଯ୍ୟାଳୟରେ ୬ ହଜାର ଟଙ୍କା ଲାଞ୍ଚ ଦେବାବେଳେ ଭିଜିଲାନ୍ସ ଧରିଥିଲା । ଅତିରିକ୍ତ ତହସିଲଦାରଙ୍କୁ ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ କାର୍ଯ୍ୟାଳୟକୁ ଆଣି ଅଧିକ ଜେରା କରାଯାଉଛି ।

Leave A Reply

Your email address will not be published.