୮ ତାରିଖରେ ଓକିଲଙ୍କ ରାଜ୍ୟବ୍ୟାପୀ କଲମଛାଡ଼ ଆନ୍ଦୋଳନ

ଭୁବନେଶ୍ୱର : ଗଞ୍ଜାମର ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣାର ତୀବ୍ର ନିନ୍ଦା କରିଛି ରାଜ୍ୟ ବାର କାଉନସିଲ। ପୀତବାସଙ୍କ ହତ୍ୟା ପ୍ରତିବାଦରେ ଆସନ୍ତା କାଲି ଅର୍ଥାତ ୮ ତାରିଖରେ ରାଜ୍ୟବ୍ୟାପୀ କଲମଛାଡ଼ ଆନ୍ଦୋଳନ କରିବାକୁ କାଉନସିଲ ପକ୍ଷରୁ ଘୋଷଣା କରାଯାଇଛି। ଏ ନେଇ ଏକ ବିବୃତିରେ ସୂଚନା ଦିଆଯାଇଛି। ଏହା ସହିତ ପୀତବାସଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ଦାବି କରାଯାଇଛି।

ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ସୀତାଂଶୁ ମୋହନ ଦ୍ଵିବେଦୀ କହିଛନ୍ତି, ରାଜ୍ୟ ବାର କାଉନସିଲର ସର୍ବାଧିକ ଭୋଟରେ ନିର୍ବାଚିତ ସଦସ୍ୟ ପୀତବାସଙ୍କୁ ଦୁଇଜଣ ଅଜଣା ଯୁବକ ନିଜ ଘର ସାମ୍ନାରେ ଯେଭଳି ଅମାନୁଷିକ ଭାବେ ହତ୍ୟା କଲେ ତାହାର ପ୍ରତିବାଦରେ ଆସନ୍ତା କାଲି ରାଜ୍ୟବ୍ୟାପୀ ଆଇନଜୀବୀ କଲମଛାଡ଼ ଆନ୍ଦୋଳନ କରିବେ। ରାଜ୍ୟର ସବୁ ବାରର ଆଇନଜୀବୀମାନେ ଏହି କାର୍ଯ୍ୟରୁ ନିବୃତ ରହିଵା ସ୍ୱର୍ଗତ ପୀତବାସଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ। ରାଜ୍ୟ ବାର କାଉନସିଲ ଦଳର ପ୍ରତିନିଧିଗଣ ବ୍ରହ୍ମପୁର ଗ୍ରସ୍ତ କରି ଫେରିବା ପରେ ସେ କହିଛନ୍ତି ରାଜ୍ୟ ସରକାର ତୁରନ୍ତ ଦୋଷୀକୁ ଗିରଫ କରିବା ସହିତ ଏକ କୋଟି ଟଙ୍କା ପ୍ରଦାନ କରନ୍ତୁ।

SBI_Festive_Digital Billboard