ଭୁବନେଶ୍ୱର,୪/୩ : କେନ୍ଦ୍ରାପଡ଼ା ଜିଲ୍ଲାରେ ଷ୍ଟିଲ ପ୍ଲାଣ୍ଟ ନେଇ ରାଜ୍ୟ ସରକାର ଓ ଆର୍ସେଲର ମିତ୍ତଲ ମଧ୍ୟରେ ଏମ୍ଓୟୁ ହୋଇଛି । ୫୦ହଜାର କୋଟି ଟଙ୍କା ବିନିଯୋଗରେ ୧୨ ମିଲିୟନ ଟନ୍ କ୍ଷମତା ସମ୍ପନ୍ନ ଇସ୍ପାତ କାରଖାନା ପ୍ରତିଷ୍ଠା ହେବ। ଏନେଇ ଲୋକସେବା ଭବନରେ ରାଜ୍ୟ ସରକାର-ଆର୍ସେଲ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି ।

ଖବର ଅନୁଯାୟୀ, ମିତ୍ତଲ ୫୦ ହଜାର କୋଟି ଟଙ୍କା ନିବେଶରେ ଏହି ଷ୍ଟିଲ୍ ପ୍ଲାଣ୍ଟ ସ୍ଥାପନ କରିବ । ଏହାସହ ବର୍ଷକୁ ୧୨ ମିଲିୟନ ଟନ୍ ଷ୍ଟିଲ୍ ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛି କମ୍ପାନୀ । ଆଜି ଲୋକସେବା ଭବନର ନିୟୁ କନଭେସନ ସେଣ୍ଟରରେ ଏହି ଏମ୍ଓୟୁ ସ୍ୱାକ୍ଷରିତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଶ୍ରୀଯୁକ୍ତ ଏଲ୍ଏନ୍ ମିତ୍ତଲ ଉପସ୍ଥିତ ରହିଥିଲେ ।