ଏଣିକି ଲାଠି ନୁହେଁ ଷ୍ଟିଲ ବାଡ଼ିକୁ ଢାଲ କରିବ ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ,୧ /୨: ଏଣିକି ଲାଠି ନୁହେଁ ନିଜ ସୁରକ୍ଷା ପାଇଁ ଷ୍ଟିଲ ବାଡ଼ିକୁ ଢାଲ କରିବ ଦିଲ୍ଲୀ ପୁଲିସ । କାରଣ ପୁଲିସକୁ ବାଉଁଶ ଲାଠି ବଦଳରେ ମିଳିବ ଷ୍ଟିଲ ବାଡ଼ି । ଦିଲ୍ଲୀରେ କୃଷକ ଆନ୍ଦୋଳନ ସମୟରେ ହୋଇଥିବା ହିଂସାକାଣ୍ଡରେ ଅନେକ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ବିକ୍ଷୋଭକାରୀ ପୁଲିସଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ । ଏସବୁକୁ ନଜରରେ ରଖି ଏବେ ଦିଲ୍ଲୀ ପୁଲିସଙ୍କୁ ଷ୍ଟିଲ ବାଡ଼ି ସହ ଗ୍ଳୋବ୍ସ ମିଳିବ । ଦିଲ୍ଲୀ ପୁଲିସ ଏହାର କର୍ମଚାରୀଙ୍କ ସୁରକ୍ଷାକୁ ନଜରରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରିବା ନେଇ ଗଣମାଧ୍ୟମରେ ଚର୍ଚା ଜୋର ଧରିଥିଲା ବେଳେ ଦିଲ୍ଲୀ ପୁଲିସ ପକ୍ଷରୁ ପକ୍ଷରୁ ଅଦ୍ୟାବଧି କୋୖଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସୂଚନା ଯୋଗ୍ୟ ,୨୬ ଜାନୁଆରୀ ହିଂସାରେ ଦିଲ୍ଲୀରେ ୪୦୦ ସୁରକ୍ଷା କର୍ମୀଙ୍କ ଆହତକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷପ ନିଆଯିବ ।