ଏସଟିଏଫ ପଞ୍ଚାରେ ଜଙ୍ଗଲ ମାଫିଆ :ସୁବର୍ଣ୍ଣପୁରରୁ ଚିତାବାଘ ଛାଲ ଜବତ

ଭୁବନେଶ୍ୱର,(ପ୍ରଦୀପ୍ତ କୁମାର ଦାସ) : ରାଜ୍ୟ କ୍ରାଇମବ୍ରାଞ୍ଚ ଏସଟିଏଫ ସୁବର୍ଣପୁର ଅଂଚଳରୁ ଏକ ଚିତାବାଘ ଛାଲ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଜଣେ ଜଙ୍ଗଲ ମାଫିଆକୁ ଗିରଫ କରିଛି । ବେଆଇନ ବନ୍ୟଜନ୍ତୁ ଚମଡା ଚୋରାକାରବାର ଚାଲିଥିବା ସମ୍ପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସଟିଏଫ ଟିମ ଚଢ଼ାଉ କରିଥିଲା। ତେବେ ଏହି କାରନାମାରେ ସମ୍ପୃକ୍ତ ଅଶୋକ ଛତ୍ରିଆ ନାମକ ଜଣେ ଜଙ୍ଗଲ ମାଫିଆକୁ ସେଠାରୁ ଗିରଫ କରିବାରେ ସକ୍ଷମହୋଇଛି ଏସଟିଏଫ ।

ଏ ସଂକ୍ରାନ୍ତରେ ଏହାର ଚୋରାକାରବାର ସହ ବନ୍ୟଜନ୍ତୁ ସଂରକ୍ଷଣ ଓ ସୁରକ୍ଷା ଆଇନ ଅନୁଯାୟୀ ଏକ ମାମଲା ଏସଟିଏଫ ଥାନାରେ ରୁଜୁ କରାଯିବା ସହ ଅଧିକ ଅନୁସନ୍ଧାନ ଜାରି ରହିଛି । ତେବେ ଆଜି ଅଭିଯୁକ୍ତ ଛତ୍ରିଆକୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।