ଭୁବନେଶ୍ୱରରୁ ଚୋରି ବସକୁ ବ୍ରହ୍ମପୁରରୁ ଜବତ କଲା ପୋଲିସ

ବ୍ରହ୍ମପୁର, ୧୫/୧୧: ଭୁବନେଶ୍ୱରରୁ ଚୋରି ହୋଇଥିବା ବସକୁ ବ୍ରହ୍ମପୁରରେ ଜବତ କଲା ପୋଲିସ। ବ୍ରହ୍ମପୁରର ବଡ ବଜାର ପୋଲିସ୍‌ର ଉଦ୍ୟମ କ୍ରମେ ବସ୍‌ଟିକୁ ଜବତ କରାଯାଇଛି।

ସୂଚନାଥାଉକି, ଗତ ୧୩ ତାରିଖରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଏହି ବସ୍‌ଟି ଚୋରି ହୋଇଥିଲା। ଏ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ବଡ ବଜାର ପୋଲିସ୍‌ ଛାନଭିନ୍ ଆରମ୍ଭ କରିଥିଲା। ରବିବାର ବଡ ବଜାର ଅଞ୍ଚଳର ଫାଷ୍ଟଗେଟ୍‌ ନିକଟ ଅଟୋ ନଗରରୁ ଏହି ବସ୍‌ଟିକୁ ଜବତ କରାଯାଇଛି। ଖଣ୍ଡଗିରି ପୋଲିସ୍‌ ସୂଚନା ଆଧାରରେ ବଡ ବଜାର ପୋଲିସ୍ ବସ୍‌ଟି ଜବତ କରିବାରେ ସକ୍ଷମ ହୋଇଛି।