ଗାନ୍ଧୀନଗର,୨୮/୧୧: ଗୁଜରାଟ ନିର୍ବାଚନୀ ରାଲିରେ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ୍ଙ୍କ ଉପରେ ପଥର ମାଡ଼ ହୋଇଛି। କେଜରିୱାଲ୍ ସୋମବାର ସୁରତରେ ରୋଡ୍ ଶୋ କରୁଥିବା ବେଳେ ଦୁର୍ବୃତ୍ତମାନ ତାଙ୍କ ଉପରକୁ ପଥର ଫିଙ୍ଗିଥିଲେ।
ଘଟଣା ସମ୍ପର୍କରେ ସୂଚନା ଦେଇ ଆପ୍ ପ୍ରାର୍ଥୀ ଅଳ୍ପେଶ କଥିରିୟା ବିଜେପି ଉପରେ ଦୋଷ ଲଦିଛନ୍ତି। ବିଜେପିର ଗୁଣ୍ଡାମାନେ ପଥର ମାଡ଼ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଲୋକମାନେ କେଜରିୱାଲ୍ଙ୍କୁ ଫୁଲ୍ ଦେଇ ସ୍ୱାଗତ କରୁଥିବା ବିଜେପି ଗୁଣ୍ଡାମାନେ ପଥର ମାଡ଼ କରିଥିବା ଅଳ୍ପେଶ କହିଛନ୍ତି।

ସେହିପରି ଆକ୍ରମଣକୁ ନେଇ କେଜରିୱାଲ୍ କହିଛନ୍ତି ” ସେମାନେ ମୋ ଆଖି ଫୁଟାଇ ଦେବାକୁ ଚାହୁଁଛନ୍ତି। ମୁଁ କିଛି ଭୁଲ୍ କରିଛି କି ? ମୁଁ ଏହା କହିଛି ଯେ ମୁଁ ସ୍କୁଲ୍ ଓ ହସ୍ପିଟାଲ୍ ବନାଇଛି। ତୁମେ କଣ କରିଛି କାମ ଦେଖାଅ? ଏମିତି ଦୁର୍ବ୍ୟବହାର କର ନାହଁ।” ସେହିପରି ଏହା ପୂର୍ବରୁ ଗୁଜୁରାଟରେ ଆପ୍ର ଜନସଭା ବେଳେ ପଥର ମାଡ଼ ହୋଇଥିବା ଆପ୍ ଅଭିଯୋଗ କରିଥିଲା। ଏବେ ରାଲି ଉପରେ ବି ପଥର ମାଡ଼ ହୋଇଛି। ଦୁଇଟିଯାକ ଘଟଣାରେ ଆପ୍ ବିଜେପିକୁ ଦାୟୀ କରିଛି।