ପରୀକ୍ଷା ହଲ୍‌ରେ ଚାଲିଗଲା ଛାତ୍ରଙ୍କ ଜୀବନ

ରାଉରକେଲା,୨୪/୫: ସୁନ୍ଦରଗଡ଼ ଜିଲ୍ଲା ବଣାଇ କଲେଜରେ ଦେଖିବାକୁ ମିଳିଛି ଏପରି କିଛି ଘଟଣା । ପରୀକ୍ଷା ଦେଉଥିବା ସମୟରେ ଚାଲିଗଲା ଛାତ୍ରଙ୍କ ଜୀବନ । ମୃତ ଛାତ୍ରଙ୍କ ନାମ ମହମ୍ମଦ ଅର୍ଫାନ ବୋଲି ଜଣାପଡିଛି । ମହମ୍ମଦ ଅର୍ଫାନ ବଣାଇ କଲେଜରେ +୨ର ସାଇନ୍ସ ଛାତ୍ର । ଆଜି ପରୀକ୍ଷାହଲ୍‌ରେ ପରୀକ୍ଷା ଦେବା ସମୟରେ ହଠାତ୍‌ ଅଚେତ ହୋଇପଡିଥିଲେ । ତୁରନ୍ତ ସେଠାରୁ ତାଙ୍କୁ ଉଦ୍ଧାର କରି ବଣାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ମୃତ ଛାତ୍ରଙ୍କ ଘର ଲହୁଣିପଡା ଜୁନିଆଣି ଗାଁରେ ବୋଲି ଜଣାପଡିଛି ।