ବିଶ୍ୱ ଦକ୍ଷତା କେନ୍ଦ୍ର ୧୭ ମହଲାରୁ ଖସି ଛାତ୍ରଙ୍କ ମୃତ୍ୟୁ

ଭୁବନେଶ୍ୱର,୨୬/୧୧ : ଭୁବନେଶ୍ୱର ସ୍ଥିତ ମଞ୍ଚେଶ୍ୱରରେ ଥିବା ବିଶ୍ୱ ଦକ୍ଷତା କେନ୍ଦ୍ରରେ ପଢ଼ୁଥିବା ଜଣେ ଛାତ୍ରଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ୧୭ ମହଲା ଉପରୁ ପଡ଼ି ଛାତ୍ରଙ୍କ ମୃତ୍ୟୁ ହୋଇଛି। ମୃତ ଛାତ୍ର ଜଣଙ୍କ ହେଲେ ରାମପ୍ରସାଦ ବିଶ୍ୱାଳ। ତାଙ୍କ ଘର ଗଜପତି ଜିଲ୍ଲାର ପାରଳା ଖେମୁଣ୍ଡିରେ। ତାଙ୍କୁ ୧୯ ବର୍ଷ ହୋଇଥିଲା।

ଭୁବନେଶ୍ୱର World Skill ସେଣ୍ଟରରେ ଇଲେକ୍ଟ୍ରିକାଲ ଓ୍ୱିଙ୍ଗରେ ପ୍ରଶିକ୍ଷଣ ନେଉଥିଲେ ରାମ ପ୍ରସାଦ। ଗତକାଲି ସେ ଓ୍ୱାଲ୍ଡ ସ୍କିଲ ସେଣ୍ଟରର ୧୭ ମହଲାର ତଳକୁ ଖସିପଡ଼ିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ରାମପ୍ରସାଦ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କିଏ କୋଠାରୁ ତଳକୁ ଠେଲି ହତ୍ୟା କରିଛନ୍ତି ସେ ନେଇ ପ୍ରଶ୍ନ ଉଠାଇଛନ୍ତି ତାଙ୍କ ବାପା। ଲାଗିଥିବା ସିସିଟିଭି ଭିଜୁଆଲ ଦେଖି ପୁଅର ମୃତ୍ୟୁ ସମ୍ପର୍କରେ ଜାଣିବାକୁ ସେଣ୍ଟର କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ ସେଠାରେ ଲାଗିଥିବା ସିସିଟିଭି କାମ କରୁନଥିବା କଥା ସେଣ୍ଟର କର୍ତ୍ତୃପକ୍ଷ ତାଙ୍କ ବାପାଙ୍କୁ କହିଛନ୍ତି।

ରାମ ପ୍ରସାଦ ଗତ ଅଗଷ୍ଟ ୨୫ ତାରିଖରେ ଓ୍ୱାଲ୍ଡ ସ୍କିଲ ସେଣ୍ଟରରେ ନାମ ଲେଖାଇ ଥିଲେ। ରାମପ୍ରସାଦଙ୍କ ମୃତ୍ୟୁ ସମ୍ପର୍କରେ World Skill Center ର କର୍ତ୍ତୃପକ୍ଷ ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

SBI_Festive_Digital Billboard