ମହାକାଳପଡ଼ା,୭/୧୧ : (ଅରକ୍ଷିତ ନାଥ) – କେନ୍ଦ୍ରାପଡା ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ମହାକାଳପଡ଼ା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧୀନ ଗାନ୍ଧିଜୀ ବିଦ୍ୟାପୀଠ ଗୋଜାବନ୍ଧ ଠାରେ ଡ୍ରପ ଆଉଟ studentଙ୍କ ଏନରୋଲମେଣ୍ଟ ନେଇ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଗୁରୁବାର ବିଦ୍ୟାଳୟ ଠାରେ ଆୟୋଜିତ ସଚେତନତା ଶିବିର ରେ ଆଇନ ସେବା ପ୍ରାଧିକରଣ ସଚିବ ସନ୍ତୋଷ କୁମାର ମହାପାତ୍ର ମୁଖ୍ୟ ପ୍ରିଶିକ୍ଷକ , ସହକାରୀ ଶିକ୍ଷାଧିକାରୀ ବିଚିତ୍ର ସାମଲ ସହଯୋଗୀ ଭାବେ ଉପସ୍ଥିତ ଥିଲେ l ଏତଦ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସନ୍ତୋଷ ଜେନା, ସ୍ଥାନୀୟ ସିଆରସିସି ଗୋପବନ୍ଧୁ ସାହୁ ଶିବିର ପରିଚାଳନା ରେ ସହଯୋଗୀ ଭାବେ ମଂଚାସୀନ ଥିଲେ l ଶିକ୍ଷା ର ସୁଦୂର ପ୍ରସାରି ନେଇ ସରକାରୀ ସ୍ତରରେ ସଦାସର୍ବଦା ପ୍ରୟାସ ଜାରି ରହିଥିବା ବେଳେ ବିଦ୍ୟାଳୟ ରୁ ଅନ୍ତର ଛାତ୍ର /ଛାତ୍ରୀ ଙ୍କୁ ନେଇ ଚିନ୍ତାର ବିଷୟ ପାଲଟିଛି l “ସଭିଏଁ ପଢିବେ, ସଭିଏଁ ବଢିବେ “ସ୍ଲୋଗାନ ତ୍ୱରାନ୍ୱିତ ହେବା ଲକ୍ଷ୍ୟ ରେ ବିଭାଗୀୟ ଅଧିକାରୀ ପ୍ରୟାସ ଚଳାଇଛନ୍ତି l ଏନେଇ ଆଲୋଚନା ଶିବିର ରେ ମଂଚାସୀନ ପ୍ରଶିକ୍ଷକ ମାନେ ଉପସ୍ଥିତ ଛାତ୍ର /ଛାତ୍ରୀ ମାନଙ୍କୁ ସାଥି ଓ ପଡୋଶୀ ଡ୍ରପ ଆଉଟ student ମାନଙ୍କୁ ଏନରୋଲମେଣ୍ଟ ପାଇଁ ସ୍ୱାଗତ କରିବାକୁ ସୂଚନା ଦେଇଥିଲେ l ଡ୍ରପ ଆଉଟ ର ବିଭିନ୍ନ କାରଣ ମଧ୍ୟରେ ସାମାଜିକ ଓ ଅର୍ଥନୈତିକ ପ୍ରମୁଖ ରହିଥିବା ବେଳେ ପରିବାର ର ଅଜ୍ଞତା ହିଁ ଶିଶୁ ଶ୍ରମିକ ସୃଷ୍ଟି କରିବାରେ ପାଥେୟ ହେଇଛି ବୋଲି ସୂଚନା ଦେଇଥିଲେ ମଂଚାସୀନ ପ୍ରଶିକ୍ଷକ l
ଏତଦ ବ୍ୟତୀତ ସଚିବ ଶ୍ରୀ ମହାପାତ୍ର ଛାତ୍ର /ଛାତ୍ରୀ ମାନଙ୍କୁ ଡ୍ରପ ଆଉଟ ଷ୍ଟୁଡେଣ୍ଟ ମାନଙ୍କୁ ବିଦ୍ୟାଳୟ ରେ ପୁନଃ ଏନରୋଲମେଣ୍ଟ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ l ଆର୍ଥିକ ଅନାଟନ ପରିବାର ପାଇଁ ଯେପରି ବାଳ ଶ୍ରମିକ ସୃଷ୍ଟି ହେଉଛନ୍ତି l ଆହୁରି ମଧ୍ୟ ଡ୍ରପ ଆଉଟ ଷ୍ଟୁଡେଣ୍ଟ କୁସଙ୍ଗ ରେ ପଡି ଭବିଷ୍ୟତ ରେ ଅପରାଧୀ ସାଜିବାରେ ବିଶେଷ ଚାନ୍ସ ରହିଛି l ଯାହା ନେଇ ବାଳ ଅପରାଧୀ ଙ୍କ ପାଇଁ ସୁଧାର ଗୃହ ର ବ୍ୟବସ୍ଥା ରହିଛି l ଆଉ ଶିକ୍ଷାରୁ ବଂଚିତ ରହିଲେ ଆଜିକାଲି ଦୁନିଆ ବିଷୟ ରେ ଜାଣିବା ଶୁଣିବା କଷ୍ଟ ସାପେକ୍ଷ ହୋଇପଡିବ l ନିଷ୍ପେସିତ ମହିଳା, ଶ୍ରମିକ, ଓ ଦରିଦ୍ର ପରିବାର ଲୋକ ଙ୍କୁ ଆଇନ ଗତ ସହାୟତା ପାଇଁ କିଭଳି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପ୍ରସ୍ତୁତି ରହିଛି ଏନେଇ ବକ୍ତବ୍ୟ ରଖିଥିଲେ l ଗାଁ ଗହଳି ରେ ବି ସାଧାରଣ ଲୋକେ କିଭଳି ନ୍ୟାୟ ଭିକ୍ଷା କରିପାରିବେ ସେ ନେଇ ମଧ୍ୟ ସୂଚନା ଦେଇଥିଲେ l ମନୁଷ୍ୟ ବିବେକାନୁମୋଦିତ କାର୍ଯ୍ୟ ହିଁ ଆଇନ, କୌଣସି କାର୍ଯ୍ୟ ନିଜକୁ ଠିକ ଲାଗିବା ସହିତ ଅନ୍ୟକୁ ସୁଖଦ ହେଲେ ତାହାହିଁ ଆଇନ l ତେଣୁ ସାଧାରଣ ଆଇନ ବିଷୟରେ ସଭିଏଁ ସଚେତନ ହେଲେ କେହିବି ଅନ୍ୟାୟ ର ଶିକାର ହେବେ ନାହିଁ ବୋଲି ବକ୍ତବ୍ୟ ରଖିଥିଲେ ପ୍ରଶିକ୍ଷକ l ସବୁ କ୍ଷେତ୍ର ରେ ଆଇନ ର ଆବଶ୍ୟକତା ରହିଛି l ଆଇନ ବାହାରେ କାର୍ଯ୍ୟ କଲେ ବିଶୃଙ୍ଖଳା ସୃଷ୍ଟି ହୋଇଥାଏ l ବିଶୃଙ୍ଖଳିତ ସ୍ଥାନ ରେ ଆଇନ ରକ୍ଷକ ପହଂଚି ଶୃଙ୍ଖଳା ଫେରାଇଆଣିବାରେ ସହାୟ ହୋଇଥାନ୍ତି l