ଏଣିକି ଓଡ଼ିଆ ଭାଷାରେ ସ୍ନାତ୍ତକ ଶିକ୍ଷା ଗ୍ରହଣ କରିପାରିବେ ଛାତ୍ରଛାତ୍ରୀ । ଏଥିନିମନ୍ତେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଓଡ଼ିଆ ସମେତ ୧୨ଟି ଆଞ୍ଚଳିକ ଭାଷାରେ ପାଠ୍ୟପୁସ୍ତକ ପ୍ରସ୍ତୁତ ହେବ । ଜାତୀୟ ଶିକ୍ଷାନୀତି ଆଧାରରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାର ଅଂଶସ୍ୱରୂପ ଏହି ପଦକ୍ଷେପ ନିଆଯାଇଛି । ଦେଶବ୍ୟାପୀ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ମାତୃଭାଷାରେ ପାଠ୍ୟକ୍ରମ ଏବଂ ପରୀକ୍ଷା ହେବ ।
