ପୁଲିସ ଗାଡ଼ିରୁ ଟାୟାର ଚୋରି କରି ସବଇନ୍ସପେକ୍ଟର ଗିରଫ

ପାନୀପତ,୧/୬ : ପଞ୍ଜାବର ପାନୀପତରେ ଏପରି ଏକ ମାମଲା ସାମ୍ନାକୁ ଆସିଛି । ସୂଚନା ମୁତାବକ ପୁଲିସ ପେଟ୍ରୋଲିଙ୍ଗ ବାଇକର ଟାୟାର ଚୋରି ହୋଇଯାଇଥିବାର ଅଭିଯୋଗ ହୋଇଥିଲା । ଥାନା ଆଗରେ ପେଟ୍ରୋଲିଙ୍ଗ ଗାଡି ଥିଲେ ବି କେମିତି ବାଇକର ଟାୟାର ଚୋରି ହୋଇଥିଲା ତାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ତେବେ ତଦନ୍ତରୁ ଜଣାପଡିଥିଲା ଯେ ଏହି ଚୋରି ପଛରେ ସବଇନ୍ସପେକ୍ଟର ଫତେ ସିଂଙ୍କର ହାତ ରହିଛି । ପାନୀପତ ଥାନାର ମାଲଖାନା ଗାର୍ଡ ଇନଚାର୍ଜଙ୍କ ଅଭିଯୋଗ ପରେ ଏକ ରିପୋର୍ଟ ପଞ୍ଜୀକରଣ କରିବା ପରେ ସବଇନ୍ସପେକ୍ଟର ଫତେ ସିଂଙ୍କୁ ଜେଲ ପଠାଯାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଥାନାର ମାଲଖାନା ଗାର୍ଡ ଇନ-ଚାର୍ଜ ଫୁଲ କୁମାର କହିଛନ୍ତି ଯେ ମେ ୨୧ ରେ ଥାନା ବାହାରେ ପାର୍କିଂ ହୋଇଥିବା ବୁଲେଟ୍ ବାଇକର ଉଭୟ ଟାୟାର ଚୋରି ହୋଇଥିବା ଜଣାପଡିଥିଲା।

ଅନୁସନ୍ଧାନ ବେଳେ ଏଏସଆଇ ଫତେହ ସିଂ ବୁଲେଟ୍ ବାଇକର ଉଭୟ ଟାୟାର ଚୋରି କରିଥିବା ଜଣାପଡିଥିଲା । ଏହା ପରେ ଉଚ୍ଚ ପଦାଧିକାରୀଙ୍କୁ ଏହି ସୂଚନା ଦିଆଯାଇଥିଲା ଏବଂ ସେମାନଙ୍କ ନିର୍ଦ୍ଦେଶରେ ଏଏସଆଇ ଫତେହ ସିଂଙ୍କ ବିରୋଧରେ ପୁଲିସ ଷ୍ଟେସନ ସେକ୍ଟର -୨୯ରେ ରିପୋର୍ଟ ଦାଖଲ କରାଯାଇଥିଲା।