ଭୁବନେଶ୍ୱର, ୦୮/୦୮ : ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମାରେ ଖାତାକୁ ସୁଭଦ୍ରା ଟଙ୍କା ପଠାଇବେ ରାଜ୍ୟ ସରକାର । ଖାତାକୁ ଆସିବ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା । ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କ ଖାତାକୁ ଆସିବ ସୁଭଦ୍ରା ଟଙ୍କା । ଏନେଇ ପୂର୍ବରୁ ମଧ୍ଯ ଘୋଷଣା କରିସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ କରିଡା । ତେବେ ଏହା ପୂର୍ବରୁ ଏହି ଯୋଜନାରେ ଉପୁଜିଥିବା ସମସ୍ୟାର ସମୀକ୍ଷା କରିବାକୁ ଆଜି କୋଟିଆ ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ଯେଉଁମାନେ ୨୧ ବର୍ଷ ହୋଇ ଯାଇଥିବେ, ସେମାନେ ବି କରି ପାରିବେ ଆବେଦନ। ତେଣୁ ସୁଭଦ୍ରା ପୋର୍ଟାଲ ପୁଣି ଖୋଲିବା ନେଇ ଘୋଷଣା କରିସାରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଯେଉଁମାନେ ପାଇନାହାନ୍ତି ଓ କାହିଁକି କଟିଛି ଜାଣିବାକୁ ଚାହୁଁଛନ୍ତି ସେମାନେ ୱେବ୍ସାଇଟକୁ ଯାଇ ଏହାର କାରଣ ଜାଣିପାରିବେ । ସୁଭଦ୍ରା ପୋର୍ଟାଲରେ ଏ ନେଇ ନୂଆ ଫିଚର ମଧ୍ଯ ଆସିଛି । ପୋର୍ଟାଲ ଖୋଲିବା ପରେ ଜାଣିପାରିବେ ।ଜନସେବା କେନ୍ଦ୍ରରେ ବି ଏନେଇ ତଥ୍ୟ ପାଇପାରିବେ । ତେବେ ଆବେଦନକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ଓ ଆଧାର ତଥ୍ୟ ମେଳ ଖାଉନଥିଲେ ସୁଭଦ୍ରା ଆବେଦନ ଖାରଜ ହୋଇଯିବ । ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଭୁଲ ଆଧାର ତଥ୍ୟ ଦିଆଯାଇଥିବ ତେବେ ଆବେଦନ ରିଜେକ୍ଟ ହୋଇଯିବ । ସେହିଭଳି ଅନେକ ହିତାଧିକାରୀଙ୍କ E-KYC ହୋଇନଥିବାରୁ ସେମାନେ ବି ସୁଭଦ୍ରା ତାଲିକାରୁ ବାଦ୍ ପଡିଛନ୍ତି । ଅଯୋଗ୍ୟ ତାଲିକାରେ ସେମାନଙ୍କ ନାଁ ରହିଛି । ବିସ୍ତୃତ ତଥ୍ୟ ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ପାଇପାରିବେ ହିତାଧିକାରୀ