ଦେଢ଼ ଟନ୍ ଟମାଟୋରେ ସାଣ୍ଟାକ୍ଲସ୍ ବାଲୁକା କଳା

ଭୁବନେଶ୍ୱର,୨୫/୧୨ : ବଡ଼ଦିନରେ ସବୁଠି ଉତ୍ସବର ପରିବେଶ। ଏହାରି ଭିତରେ ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ତିଆରି କରିଛନ୍ତି ବିରାଟ ସାଣ୍ଟାକ୍ଲସ୍ ବାଲୁକା କଳା। ପ୍ରାୟ ଦେଢ଼ ଟନ୍ ଟମାଟୋ ଓ ବାଲିରେ ସାଣ୍ଟାକ୍ଲସ୍ ବାଲୁକା ପ୍ରତିକୃତିକୁ ସେ ନିର୍ମାଣ କରିଛନ୍ତି। ଯାହାର ଉଚ୍ଚତା ୨୭ ଫୁଟ୍ ଥିବା ବେଳେ ଚଉଡ଼ା ୬୦ ଫୁଟ୍ ରହିଛି। ଆଉ ଏକ ବିଶ୍ୱ ରେକର୍ଡ ଲକ୍ଷ୍ୟରେ ସେ ଏହି ବାଲୁକା କଳା କରିଛନ୍ତି। ଗୋପାଳପୁର ବେଳାଭୂମି ମହୋତ୍ସବରେ ଏହା ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ଯାହାକୁ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଯୋଗଦେଇ ଉଦ୍‌ଘାଟନ କରିଥିଲେ। ପ୍ରାୟ ୧୮ ଘଣ୍ଟା ପରିଶ୍ରମ କରି ସେ ଏହି ବାଲୁକା କଳା ପ୍ରସ୍ତୁତ କରିଥିବା ସୁଦର୍ଶନ କହିଛନ୍ତି।

ସେପଟେ ଗତ ମଧ୍ୟରାତିରେ ପ୍ରଭୁ ଯୀଶୁଙ୍କ ଧରାବତରଣ ପରେ ଆଜି ଧୁମ୍‌ଧାମ ସହ ଉତ୍ସବ ମନାଉଛନ୍ତି ଖ୍ରୀଷ୍ଟ ଧର୍ମାବଲମ୍ବୀ। ଏଥିଲାଗି ବିଭିନ୍ନ ଚର୍ଚ୍ଚରେ ବ୍ୟାପକ ଆୟୋଜନ କରାଯାଇଛି। ଶ୍ରଦ୍ଧାଳୁମାନେ ବିଭିନ୍ନ ଚର୍ଚ୍ଚରେ ଏକାଠି ହେବା ସହ ପ୍ରଭୁଙ୍କ ଧରାବତରଣକୁ ଅପେକ୍ଷା କରିି ରହିଥିଲେ। ଏହାପରେ ଆନନ୍ଦ ଉଲ୍ଲାସର ସହ ବଡ଼ଦିନ ତଥା କ୍ରିସ୍‌ମାସ ସେଲିବ୍ରେସନ୍ କରୁଛନ୍ତି ଶ୍ରଦ୍ଧାଳୁ।

SBI AD