ଆଫଗାନିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ, ୪ ମୃତ, ୪୦ ଗୁରୁତର

ନୂଆଦିଲ୍ଲୀ, ୯/୧୧ : ଆଫଗାନିସ୍ତାନରେ ଏକ ପୋଲିସ ଶିବିରରେ ଆତ୍ମଘାତୀ ବିସ୍ପୋରଣ ହୋଇଛି । ଏହି ଆତ୍ମଘାତୀ କାର୍ ବୋମା ବିସ୍ଫୋରଣରେ ପ୍ରାୟ ୪ଜଣ ପ୍ରାଣ ହରାଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି । ଏନେଇ ସୋମବାର ସ୍ଥାନୀୟ ଜଣେ ଅଫିସର ସୂଚନା ଦେଇଛନ୍ତି ।

କାନ୍ଧାର ଜନସ୍ୱାସ୍ଥ୍ୟ ବିଭାଗର ପ୍ରାନ୍ତୀୟ ନିର୍ଦ୍ଦେଶକ ମହମ୍ମଦ ଅସରଫଙ୍କ ସୂଚନାନୁସାରେ, ମେବାନ୍ଦ ଜିଲ୍ଲାରେ ରବିବାର ବିଳମ୍ବିତ ରାତ୍ରରେ ଆକ୍ରମଣ ହୋଇଥିଲା । ଏହାପରେ ସେଠାରେ ସୁରକ୍ଷାକାର୍ଯ୍ୟ ଆରମ୍ଭ ହୋଇଥିଲା । ମୃତାହତଙ୍କ ମଧ୍ୟରେ ଅନେକ ସାଧାରଣ ଲୋକ ଓ ଯବାନ ଅଛନ୍ତି । ଏବେବି ସେଠାରେ ଫସିଥିବା ଲୋକଙ୍କୁ ଉଦ୍ଧାର ପ୍ରକ୍ରିୟା ଜାରି ରିହଛି ।

ତେବେ କୌଣସି ଆତଙ୍କବାଦୀ ସଙ୍ଗଠନ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରି ନାହାଁନ୍ତି । ତେବେ ତାଲିବାନ ଏହି ଆକ୍ରମଣ କରିଥାଇପାରେ ବୋଲି ଆଶଙ୍କା କରାଯାଉଛି ।