ରେଳ ଧାରଣାରେ ମୁଣ୍ଡଦେଖାଇ ଯୁବକର ଆତ୍ମହତ୍ୟା

ଚଣ୍ଡିଖୋଲ,୧୧/୬ : ପୂର୍ବତଟ ରେଳବାଇର ଯାଜପୁର ଜିଲ୍ଲା ଅଧିନ ଧାନମଣ୍ଡଳ ରେଳ ଷ୍ଟେସନ ନିକଟରେ ଆଜି ପୂର୍ବାହ୍ନରେ ରେଳ ଧାରଣା ମୁଣ୍ଡ ଦେଖାଇ ଜଣେ ଯୁବକ ଆତ୍ମହତ୍ୟା କରିଛି l ମୃତ ଯୁବକ ନିଜ ଘର ନିକଟସ୍ଥ ହରିପୁର ଗ୍ରାମରେ ଓ ତାର ନାମ ମୁକ୍ତି କାନ୍ତ ସାମଲ (୨୯ ବର୍ଷ) ବୋଲି ଜଣା ଯାଇଛି l ସେ ଭୁବନେଶ୍ବରଠାରେ ରଙ୍ଗ ମିସ୍ତ୍ରୀ କାମ କରେ l ଆଜି ତାଙ୍କ ସାହିରେ ଜଣେ ଲୋକର ଦଶାହ ଶୁଦ୍ଧିକ୍ରିୟା ଥିଲା l ସେ ଘରକୁ ଆସୁଥିଲା l ତେବେ ଘରକୁ ଆସୁଥିବା ଲୋକଟି ର ଏପରି କିପରି ଘଟିଲା କିଛି ଆନୁମାନ କରାଯାଇ ପାରୁ ନାହିଁ l ହେଲେ ରେଳ (ଧାରଣା) ଉପରେ ବେକ ରଖିଥିବା ବେଳେ ରେଳ ଗାଡି ମାଡ଼ି ଯିବାରୁ ମୁଣ୍ଡ ଗଣ୍ଡି ଅଲଗା ହୋଇ ଯାଇଛି l ତାଙ୍କ ନିକଟରୁ ଆଧାର କାର୍ଡ ମିଳିବାରୁ ତୁରନ୍ତ ଶବ ଚିହ୍ନଟ ସମ୍ଭବ ହୋଇପାରିଛି l