ପାରାଦୀପ : ଜାହାଜ ଭିତରେ ତଟରକ୍ଷୀ ବାହିନୀ ନାବିକଙ୍କ ଆତ୍ମହତ୍ୟା

ପାରାଦୀପ : ଭାରତୀୟ ତଟରକ୍ଷୀ ବାହିନୀର ଜଣେ ନାବିକ ଆତ୍ମହତ୍ୟା କରିଛନ୍ତି l ନାବିକ ଜଣକ ହେଲେ କେରଳ ଅଞ୍ଚଳର ଏ.କେ. ଗୌତମ l ସେ ପାରାଦୀପ ବନ୍ଦର ନିକଟରେ ଥିବା ରେଜିଆ ସୁଲତାନ ଯୁଦ୍ଧ ଜାହାଜ ମଧ୍ୟରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି l ଜାହାଜରେ ଥିବା ମେସିନ ରୁମରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ତେବେ ଜାହାଜରେ ଥିବା ଅନ୍ୟ କର୍ମଚାରୀ ଝୁଲନ୍ତା ଅବସ୍ଥାରେ ଦେଖି କୋଷ୍ଟଗାର୍ଡ଼ ଅଧିକାରୀଙ୍କୁ ଖବର ଦେବା ପରେ କୋଷ୍ଟଗାର୍ଡ଼ ଅଧିକାରୀ ପାରାଦୀପ ମେରାଇନ ପୋଲିସଙ୍କୁ ତୁରନ୍ତ ଜଣାଇଥିଲେ । ତେବେ ମେରାଇନ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ସୂଚନା ମିଳିଛି। ଏ ନେଇ ସାମୁଦ୍ରିକ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।