ଆଗୁଆ ହେବ ଖରାଛୁଟି, ୨ ଦିନରେ ନିଆଯିବ ବଡ଼ ନିଷ୍ପତ୍ତି : ମନ୍ତ୍ରୀ

0

ଭୁବନେଶ୍ୱର, ୨୨/୦୪ : ଚଳିତ ବର୍ଷ ଖରାଛୁଟି ନେଇ ଆସନ୍ତା ୨ ଦିନରେ ନିଆଯିବ ନିଷ୍ପତ୍ତି । ଏ ନେଇ ବଡ଼ ସୂଚନା ଦେଇଛନ୍ତି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ପ୍ରସ୍ତାବ ଦିଆଯାଇଛି । ମେ ୬ ତାରିଖ ପର୍ଯ୍ୟନ୍ତ ଆଗୁଆ ଛୁଟି ପ୍ରଦାନ ପାଇଁ ପ୍ରସ୍ତାବନରେ ଉଲ୍ଲେଖ କରାଯାଇଛି । ଖରାକୁ ଦୃଷ୍ଟିରେ ରଖି ଏ ପ୍ରକାର ନିଷ୍ପତ୍ତି ନିଆଯାଇଥିବା କହିଲେ ମନ୍ତ୍ରୀ । ତାପମାତ୍ରା ବୃଦ୍ଧି ପାଇବା କାରଣରୁ ବିଭିନ୍ନ ବିଭାଗ ସହ ରାଜସ୍ୱ ବିଭାଗ ଆଲୋଚନା କରିଛି ଛୁଟି ନେଇ ଆଲୋଚନା କରାଯାଇଛି । ତାପମାତ୍ରା ବୃଦ୍ଧିକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ନିର୍ଦ୍ଦେଶନାମା ଜାରି କରାଯିବ । ଏ ସମ୍ପର୍କରେ ଆଜି ସନ୍ଧ୍ୟାରେ ଆଲୋଚନା କରାଯିବ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ।

Leave A Reply

Your email address will not be published.