ଫେବୃଆରୀ  ୧୭ରେ ମହାକାଶରେ ଦେଖାଯିବ ‘ରିଙ୍ଗ ଅଫ୍ ଫାୟାର’

ଭୁବନେଶ୍ୱର, ୧୫/୧୨ :  ଆସନ୍ତା ଫେବୃଆରୀ  ୧୭ରେ ହେବାକୁ ଥିବା ସୂର୍ଯ୍ୟପରାଗ ବେଳେ ଏଭଳି ବିରଳ ଦୃଶ୍ୟ ଦେଖାଯିବ । ସୂର୍ଯ୍ୟପରାଗ ସୂର୍ଯ୍ୟକୁ ପ୍ରାୟ ୯୬ ପ୍ରତିଶତ ଗ୍ରାସ କରିବାକୁ ଥିବା ବେଳେ ଅବଶିଷ୍ଟ ଅଂଶ ଏକ ରିଙ୍ଗ ବା ମୁଦି ସଦୃଶ ଦୃଶ୍ୟମାନ ହେବ । ମାତ୍ର ୨ମିନିଟ ୨୦ ସେକେଣ୍ଡ ପାଇଁ ଏହି ବିରଳ ଦୃଶ୍ୟ ଦୃଶ୍ୟମାନ ହେବ । ଏହି ସମୟରେ ଚନ୍ଦ୍ର ସୂର୍ଯ୍ୟଙ୍କ ସାମ୍ନାକୁ ଆସିବ, କିନ୍ତୁ ସୂର୍ଯ୍ୟଙ୍କ ଧାରକୁ ଘେରି ଉଜ୍ଜ୍ୱଳ ଆଲୋକର ଏକ ବଳୟ ଦେଖାଯିବ । ସୂର୍ଯ୍ୟପରାଗ ବେଳେ ଚନ୍ଦ୍ର ପୃଥିବୀଠାରୁ ଅଳ୍ପ ଦୂରର ଥିବ, ଫଳରେ ସେ ସୂର୍ଯ୍ୟଠାରୁ ଛୋଟ ଦେଖାଯିବ। ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ଗ୍ରାସ କରିବା ପରିବର୍ତ୍ତେ, ଚନ୍ଦ୍ର ପ୍ରାୟ ୯୬ ପ୍ରତିଶତ ସୂର୍ଯ୍ୟକୁ ଘୋଡ଼ାଇ ରଖିବ । ଯଦ୍ବାରା ମହାକାଶରେ ଏକ ବିରଳ ଦୃଶ୍ୟ ଦେଖିବ ବିଶ୍ବ । ଯାହାକୁ “ରିଙ୍ଗ ଅଫ୍ ଫାୟାର” ବି କୁହଯାଏ । ତେବେ ମାତ୍ର ୨ ମିନିଟ ୨୦ ସେକଣ୍ଡ ପାଇଁ ଆଣ୍ଟାର୍କଟିକାରେ ଏହି ବିରଳ ମହାଜାଗତିକ ଦୃଶ୍ୟ ଦୃଶ୍ୟମାନ ହେବ ।