ଭୁବନେଶ୍ୱର,୨୩/୩ : ସୁନ୍ଦରୀ ଫେରିଗଲା ମଧ୍ୟପ୍ରଦେଶର ବାନ୍ଧବଗଡ଼ । ଆଜି ଅପରାହ୍ନ ୪ଟା ୩୦ରେ ତାକୁ ଟ୍ରାଙ୍କୁଲାଇଜ କରି ଯନ୍ତାରେ ଭର୍ତ୍ତି କରିଥିଲେ। ଦୁଇ ଦିନ ଅକ୍ଲାନ୍ତ ପରିଶ୍ରମ କରି ବାଘୁଣୀକୁ ଯନ୍ତାରେ ଧରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବାଘୁଣୀ ଯନ୍ତାର ପାଖ ମାଡି ନଥିଲା। ପରେ ଟ୍ରାଙ୍କୁଲାଇଜ୍ କରି ସୁନ୍ଦରୀକୁ କାବୁ କରାଯାଇଛି। ୬ ଜଣିଆ ଏକ୍ସପୋର୍ଟ ଟିମ ବାଘୁଣୀକୁ ସ୍ଵତନ୍ତ୍ର ଗାଡ଼ିରେ ମଧ୍ୟ ପ୍ରଦେଶ ନେଇଛନ୍ତି। ଆଗ ଆଉ ପଛରେ ୨ଟି ଏସ୍କାର୍ଟ ଗାଡି ମଧ୍ୟ ଯାଇଛି। ଆସନ୍ତାକାଲି ସକାଳ ସୁଦ୍ଧା ମଧ୍ୟପ୍ରଦେଶ ଘରେଲା ରିୱଇଣ୍ଡିଙ୍ଗ ସେଣ୍ଟରରେ ସୁନ୍ଦରୀକୁ ରଖାଯିବ ବୋଲି ସୂଚନା ମିଳିଛି।

୨୦୧୮ ଜୁନରେ ଆସିଲା ୨୦୨୧ ମାର୍ଚ୍ଚ ୨୩ରେ ଫେରିଗଲା । ବାଘୁଣୀ ସୁନ୍ଦରୀ ଗଲା ପରେ ଏବେ ସାତକୋଶିଆବାସୀ ଖୁସି ବୋଲି କହିଛନ୍ତି। ଏହାକୁ ସାତକୋଶିଆ ବାସୀଙ୍କ ବିଜୟ ଦିବସ। ଆସନ୍ତା ଶୁକ୍ରବାର ଦିନ ପ୍ରତେକ ଗାଁରେ ଘରେ ଘରେ ଦ୍ଵୀପ ଲଗାଇ ବିଜୟ ଦିବସ ପାଳନ କରାଯିବ ବୋଲି ଖୁସିରେ କହିଛନ୍ତି ସାତକୋଶିଆ ବାସୀ। ସମୟ ବଦଳିଛି। ସାତକୋଶିଆକୁ ଆଉ ବାଘ ନ ଆସୁ ଏହାହିଁ ସମସ୍ତଙ୍କର ଇଛା।