ଭୁବନେଶ୍ୱର, ୨୯/୧୦ : ଆଜିକୁ ଠିକ ୨୬ ବର୍ଷ ପୂର୍ବରୁ ତାଣ୍ଡବ ରଚିଥିଲା ମହାବାତ୍ୟା। ସେଦନର ବିଭୀଷିକା ପୂର୍ଣ୍ଣ କଥା ମନେପଡିଲେ ଆଜି ବିଛାତି ଥରି ଉଠେ। ବର୍ଷ ପରେ ବର୍ଷ ବିତି ଯାଉଛି। ହେଲେ ଅକ୍ଟୋବର ୨୯ ତାରିଖ କଥା ଆସିଲେ ଯେଉଁମାନେ ଆଖି ଆଗରେ ଏହାକୁ ଦେଖିଥିଲେ, କାନ୍ଦି ପକାନ୍ତି। ଘଂଟା ପ୍ରତି ୩୦୦ ବେଗରେ କିଲୋମିଟର ବେଗରେ ପବନ ସାଙ୍ଗକୁ ଆର୍ତଚିତ୍କାର ଭୟଙ୍କର ଶଦ୍ଦ ଶୁଣି, ଏ କଣ ସୃଷ୍ଟିର ବିନାଶ ବୋଲି ଭାବି ନେଇଥିଲେ ଲୋକେ। ଓଡିଶାବାସୀ ସେହି ରାତିକୁ ଆଜି ବି ଭୁଲି ପାରିନାହାନ୍ତି। ସେଦିନର ଘଟଣା ମନେପକାଇଲେ ଆଜି ବି ଲୋମ ଟାଙ୍କୁରୀ ଉଠେ। ମାହାବତ୍ୟା କେତେ ଯେ ଧନ, ସମ୍ପତ୍ତି ଉଜାଡି ଦେଇଛି ତାର ବାସ୍ତବ ହିସାବ କାହାରି ପାଖରେ ନାହିଁ। ଚାହୁଁ ଚାହୁଁ ଆଖି ଆଗରେ କାହାର ରୋଜଗାରିଆ ଭେଣ୍ଡିଆ ପୁଅ ତ ପୁଣି କାହାର ସ୍ୱାମୀ ଭାସି ପ୍ରାଣ ହରାଇଥିଲେ। ଆଜି ବି ରାଜ୍ୟବାସୀଙ୍କ ମନରୁ ଲିଭିନାହିଁ ତାଣ୍ଡବ ରଚିଥିବା ସେହି କାଳରାତିର ଦୃଶ୍ୟ।
୨୯ ତାରିଖ ସକାଳ ପ୍ରାୟ ୧୦ଟା ୩୦ ହେବ। ଘଂଟା ପ୍ରତି ପ୍ରାୟ ୩୦୦ କିମି ବେଗରେ ମାଡି ଆସିଥିଲା ପବନ। ଆଉ ଧୀରେଧୀରେ ଅଶାନ୍ତ ହୋଇଉଠିଥିଲା ସମୁଦ୍ର। ଏହାପରେ ଆଖି ଯାହା ଦେଖିଲା ତାହା ବିଶ୍ୱାସ କରିବା କଷ୍ଟକର। ପବନ ଶଦ୍ଦ ସମୁଦ୍ର ଗର୍ଜନ ଠାରୁ କୈାଣସି ମତେ କମ ନଥିଲା। ରାତି ବଢିବା ସହିତ ମନରେ ଭୟ ମଧ୍ୟ ବଢୁଥିଲା। ଚାହୁଁଚାହୁଁ ପ୍ରକୃତି ରଚିଲା ତାଣ୍ଡବ। ଆଉ ରାତି ପାହି ସକାଳ ହେବା ବେଳକୁ ଆଖି ଆଗରେ ପଡିଥିଲା କୁଢକୁଢ ମୃତଦେହ। ନିଶ୍ଚିହ୍ନ ହୋଇଗଲା ଗାଁ ଗଣ୍ଡା। ମହାବାତ୍ୟାର କୋପରେ ବେଶୀ ପ୍ରଭାବିତ ହୋଇଥିଲା ଜଗତସିଂହପୁର ଜିଲ୍ଲାର ଏରସମା ଓ ବାଲିକୁଦା ଅଂଚଳ। କେହି କିଛି ଜାଣିବା ପୂର୍ବରୁ ନିମିଷକ ମଧ୍ୟରେ ସବୁକିଛି ଛାରଖାର ହୋଇଯାଇଥିଲା। ଘରର ମୁରବୀକୁ ହରାଇ ହତବାକ ହୋଇ ପଡିଥିଲା ଅନେକ ପରିବାର। କେଉଁଠି ମା ଥିଲେ ଛୁଆ ନଥିଲା ତ ଆଉ କେଉଁଠି କୋମଳମତି ଶିଶୁ ଆଗରେ ପଡିଥିଲା ପିତା ମାତାଙ୍କ ମୃତଦେହ । ଘର ହୋଇଥିଲା ମୂରବି ଶୂନ୍ୟ। ଅନାଥ ହୋଇଥିଲେ ଅନେକ ଶିଶୁ। ପଶୁପକ୍ଷୀଙ୍କ ମୃତ୍ୟୁର ହିସାବ ଆକଳନ ବାହାରେ ଥିଲା। ଆଉ ପ୍ରକୃତିର କାରଳ କାୟାରେ ଛାରଖାର ହୋଇଯାଇଥିଲା କାହିଁ କେତେ ପରିବାର ତାର କୈାଣସି ହିସାବ ନାହିଁ। ଦୀର୍ଘ ୩୬ ଘଂଟା ପରେ ପ୍ରକୃତି ସିନା ଶାନ୍ତ ପଡିଯାଇଥିଲା । କିନ୍ତୁ ଚାରିଆଡେ ପ୍ରଳୟର ପାଦଚିହ୍ନ ୧୯୯୯ ମସିହା ମହାବାତ୍ୟା ଆଜି ମହାବାତ୍ୟାକୁ ୨୬ ବର୍ଷ ପୂରିଥିଲେ ମଧ୍ୟ ଲୋକଙ୍କ ମନରୁ ଲିଭିନି ସେହି କାଳରାତିର ଦୃଶ୍ୟ । ସତରେ ଏମିତି ଦିନ ଆଉ କେବେ ନ ଆସୁ।
