ନୂଆଦିଲ୍ଲୀ, ୧୦/୧୧ : ଫିଲିପାଇନ୍ସକୁ ମାଡ଼ି ଆସୁଛି ଶକ୍ତିଶାଳୀ ସାମୁଦ୍ରିକ ଝଡ଼ ଫୁଙ୍ଗ୍ ୱାଙ୍ଗ । ପ୍ରଭାବରେ ଘଣ୍ଟାପ୍ରତି ୧୮୫ କିଲୋମିଟର ବେଗରେ ପବନ ବହୁଛି । ଆଜି ଅରୋରା ପ୍ରଦେଶରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି । ଲ୍ୟାଣ୍ଡଫଲ ବେଳେ ଘଣ୍ଟାପ୍ରତି ୨୩୦ କିଲୋମିଟର ବେଗରେ ପବନ ବୋହିବ । ବାତ୍ୟାକୁ ନଜରରେ ଦେଖି ବିଭିନ୍ନ ଅଞ୍ଚଳର ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏପଟେ ଜାପାନରେ ଶକ୍ତିଶାଳୀ ଭୂକମ୍ପ ପରେ ଇୱାଟେ ପ୍ରଦେଶରେ ଜାରି ହୋଇଛି ସୁନାମୀ ଆଲର୍ଟ ।