ଅଗଷ୍ଟ ୧୫ ତାରିଖ ମଧ୍ୟରେ ପ୍ରକାଶ ପାଇବ ମାଟ୍ରିକ ସପ୍ଲିମେଣ୍ଟାରୀ-ଓପନ ସ୍କୁଲ ଦ୍ୱିତୀୟର ପରୀକ୍ଷା ଫଳ

ଭୁବନେଶ୍ୱର, ୧୧/୦୭ : ଆସନ୍ତା ଅଗଷ୍ଟ ୧୫ ତାରିଖ ମଧ୍ୟରେ ପ୍ରକାଶ ପାଇବ ସପ୍ଲିମେଣ୍ଟାରୀ ଓ ଓପନ ସ୍କୁଲ ଦ୍ୱିତୀୟର ପରୀକ୍ଷା ଫଳ। ଗତ ୩୦ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ସପ୍ଲିମେଣ୍ଟାରୀ ଓ ଓପନ ସ୍କୁଲ ପରୀକ୍ଷା ଆଜି ଶେଷ ହୋଇଛି। ଆସନ୍ତା ୧୪ ତାରିଖରୁ ଖାତା ଦେଖା ହେବ । ୨୦ ତାରିଖ ସୁଦ୍ଧା ଖାତା ଦେଖା ଶେଷ କରି ଦୁଇ ସପ୍ତାହ ମଧ୍ୟରେ ରେଜଲ୍ଟ ପ୍ରୋସେସିଂ ହେବ। ହାଇସ୍କୁଲ ସପ୍ଲିମେଣ୍ଟାରୀ ପରୀକ୍ଷା ୯୮ ଟି ପରୀକ୍ଷା କେନ୍ଦ୍ରରେ ୩୨୩୨ ସପ୍ଲିମେଣ୍ଟାରୀ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ସପ୍ଲିମେଣ୍ଟାରୀ ପରୀକ୍ଷାରେ ୭ ଜଣ ପରୀକ୍ଷାର୍ଥୀ କପି କରି ଧରା ପଡିଛନ୍ତି । ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।