ନୂଆଦିଲ୍ଲୀ, ୧୦/୦୩ : ପୁଣେ ପୋର୍ସ କେସ ୨୦୨୪ ଘଟଣା ମାମଲାରେ ସୁପ୍ରିମକୋର୍ଟ ନାବାଳିକା ଅଭିଯୁକ୍ତଙ୍କ ବାପା ବିଶାଲ ଅଗ୍ରୱାଲଙ୍କୁ ଜାମିନ ଦେଇଛନ୍ତି । ଏହି ଘଟଣାରେ ୨ ଜଣଙ୍କର ଜୀବନ ଚାଲିଯାଇଥିଲା । ଅଦାଲତ କହିଥିଲେ କି, ବ୍ୟକ୍ତି ଜଣକ ନିଜ ପୁଅକୁ ବଞ୍ଚାଇବା ପାଇଁ ଦୋଷ ନିଜ ଉପରେ ନେଇଥିଲେ । କିନ୍ତୁ ଏହି ଆଧାରରେ କାହାକୁ ଦୋଷୀ କରାଯିବ ନାହିଁ । ବିଶାଲ ଅଗ୍ରୱାଲଙ୍କ ୨୨ ମାସ ହେଲାଣି ହେପାଜତରେ ରହିଛନ୍ତି । ଅଦାଲତ ଗୋଟିଏ ସର୍ତ୍ତରେ ଜାମିନ ଦେଇଛନ୍ତି କି, ଟ୍ରାଏଲରେ ଯାଞ୍ଚ ସମୟରେ ସଂପୂର୍ଣ୍ଣ ସହଯୋଗ କରିବେ ଏବଂ କୌଣସି ସାକ୍ଷୀକୁ ପ୍ରଭାବିତ କରିବେ ନାହିଁ କି ଏପଟସେପଟ କରିବେ ନାହିଁ । ଏଭଳି ମାମଲାରେ ପୂର୍ବରୁ ଅଦାଲତା ଅନ୍ୟ ଅଭିଯୁକ୍ତଙ୍କ ଆଶ୍ବସ୍ତି ଦେଇଛନ୍ତି । ବିଶାଲ ଅଗ୍ରୱାଲ ଏବଂ ଅନ୍ୟ ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଏବଂ ସିଦ୍ଧାର୍ଥ ଦବେ ଅଦାଲତଙ୍କୁ କହିଛନ୍ତି, ଏହି ମାମଲାରେ ଅନ୍ୟ ଅଭିଯୁକ୍ତକୁ ଜାମିନ ମିଳିସାରିଛି । ଏମିତିରେ କୌଣସି ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ଦଣ୍ଡ ଦେବା ନ୍ୟାୟ ନୁହେଁ । ତେଣୁ ଅଦାଲତା ଟ୍ରାଏଲ କୋର୍ଟଙ୍କ ସର୍ତ୍ତଆଧାରରେ ବିଶାଲ ଅଗ୍ରୱାଲଙ୍କ ଜାମିନ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।