ନୂଆଦିଲ୍ଲୀ, ୧୨/୧୦ : ଦିଲ୍ଲୀରେ ସିଜେପିର ଆନ୍ଦୋଳନ ବେଳେ ପୁଲିସ ଦ୍ବାରା ଲଗାଯାଇଥିବା କଟକଣାକୁ ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଆପଣାଇଛନ୍ତି । ସ୍ଥିତିକୁ ତୁରନ୍ତ ସ୍ବାଭାବିକ କରିବାକୁ କଡ଼ା ନିର୍ଦ୍ଦେଶ ଦେବା ସହିତ ସରକାର ଏବଂ ଦିଲ୍ଲୀ ପୁଲିସ ଠାରୁ ଜବାବ ତଲବ କରିଛନ୍ତି ସର୍ବୋଚ୍ଚ ନ୍ୟାଳୟ । ଅକ୍ଟୋବର ୧୦ରେ ପ୍ରସ୍ତାବିତ ଆନ୍ଦୋଳନ ପୂର୍ବରୁ ଦିଲ୍ଲୀରେ ମେଟ୍ରୋ ଷ୍ଟେସନ୍ ବନ୍ଦ, ରେଳ ସେବା କଟକଣା ଓ କିଛି ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ ଭଳି ପଦକ୍ଷେପକୁ ନେଇ ପ୍ରଶ୍ନ ଉଠିଥିଲା । ଗତକାଲି ସୁପ୍ରିମକୋର୍ଟରେ ଏନେଇ ସ୍ବତନ୍ତ୍ର ଶୁଣାଣି ହୋଇଥିଲେ ।