ମୀନ ରାଶିରୁ ବାହାରି ମେଷ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ ଦେବ, ୧ ମାସ ଯାଏଁ ସତର୍କ ରୁହନ୍ତୁ ଏହି ରାଶିର ବ୍ୟକ୍ତି

ଏପ୍ରିଲ ୧୪ ତାରିଖରେ ସୂର୍ଯ୍ୟ ଦେବ ମୀନ ରାଶିରୁ ବାହାରି ମେଷ ରାଶିରେ ପ୍ରବେଶ କରିବେ । ମେଷ ରାଶିରେ ସୂର୍ଯ୍ୟ ଦେବ ଉଚ୍ଚା ଅବସ୍ଥାରେ ରହିଛନ୍ତି । ଯାହାର ଅଧିପତି ମଙ୍ଗଳ ଗ୍ରହ । ମେଷ ରାଶିରେ ସୂର୍ଯ୍ୟ ଦେବ ଅତ୍ୟନ୍ତ ଶକ୍ତିଶାଳୀ ସ୍ଥିତିରେ ରହିଛନ୍ତି । ଏଥିସହ ସୂର୍ଯ୍ୟଙ୍କୁ ଅଗ୍ନିମୟ ଗ୍ରହ ଭାବେ ବିବେଚନା କରାଯାଏ । ମେଷ ରାଶିରେ ସୂର୍ଯ୍ୟ ଦେବଙ୍କ ସ୍ଥିତି ଏହି ରାଶିର ଲୋକଙ୍କ ବୁଦ୍ଧିକୁ ତୀକ୍ଷ୍ଣ କରିଥାଏ । ଏହି ରାଶିରେ ଜନ୍ମ ହୋଇଥିବା ବ୍ୟକ୍ତି ସରକାରୀ କ୍ଷେତ୍ରରେ ସଫଳତା ହାସଲ କରିଥାଆନ୍ତି । ହେଲେ ସୂର୍ଯ୍ୟଙ୍କ ଏହି ଗୋଚର କିଛି ରାଶି ପାଇଁ ଅଶୁଭ ହେବ । ତେବେ ଆସନ୍ତୁ ସେହି ସବୁ ରାଶିଗୁଡିକ ସମ୍ପର୍କରେ ଜାଣିବା ।

ବୃଷ : ବୃଷ ରାଶି ପାଇଁ ଏହି ଗୋଚର ଦ୍ବାଦଶ ଘରେ ଘଟୁଛି । ଯାହା ଦ୍ବାରା ଜୀବନ ଚ୍ୟାଲେଞ୍ଜିଂ ରହିପାରେ । କ୍ୟାରିଅରରେ ଉନ୍ନତି ପାଇଁ ଅଧିକ କଷ୍ଟ କରିବାକୁ ପଡିପାରେ । ମା’ଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିପାରେ । ଯାହା ଆପଣଙ୍କ ପାଇଁ ଚିନ୍ତାର ବିଷୟ ପାଲଟିବ । ଆପଣ ସରକାରୀ କିମ୍ବା ପ୍ରଶାସନିକ ଅଧିକାରୀଙ୍କ ସହିତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଏହି ସମୟରେ ଆପଣ ଆପଣଙ୍କ ସ୍ବାସ୍ଥ୍ୟର ଯତ୍ନ ନିଅନ୍ତୁ ।

କନ୍ୟା : ଏହି ରାଶିରେ ସୂର୍ଯ୍ୟଙ୍କ ଗୋଚର ଦ୍ବାଦଶ ଘର ଦେଇ ଗତି କରୁଛନ୍ତି । ଏହି ସମୟରେ କୌଣସି ନିୟମ ଉଲ୍ଲଘଂନ କରନ୍ତୁ ନାହିଁ । ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ । ତେଣୁ ଏଥିପ୍ରତି ସତର୍କ ରୁହନ୍ତୁ । ଆର୍ଥିକ କ୍ଷତି ମଧ୍ୟ ସହିବାକୁ ପଡିପାରେ ।

ତୁଳା : ତୁଳା ରାଶିର ଏକାଦଶ ଘରେ ସୂର୍ଯ୍ୟଙ୍କ ଭ୍ରମଣ ଆପଣଙ୍କ ସମ୍ପର୍କରେ ସମସ୍ୟା ସୃଷ୍ଟି କରିପାରେ । ବିବାଦ ଯୋଗୁଁ ସମ୍ପର୍କରେ ତିକ୍ତତା ବଢିପାରେ । ତେଣୁ ଏହି ସମୟରେ ଧର୍ଯ୍ୟ ଧରି ରହିବା ସହ ବୁଝାମଣାର ଆବଶ୍ୟକତା ରହିଛି । ଯାତ୍ରା ସମୟରେ ଆପଣ ସମସ୍ୟାରେ ପଡିପାରନ୍ତି । ବ୍ୟବସାୟରେ ମଧ୍ୟ ଅସୁବିଧା ଦେଖାଦେଇପାରେ । ମାନସିକ ଚାପ ମଧ୍ୟ ଦେଖାଦେଇପାରେ । ବୃତ୍ତିଗତ ଜୀବନରେ ସତର୍କ ରୁହନ୍ତୁ । ଯାହାଦ୍ୱାରା ଆର୍ଥିକ ଲାଭ ଅନୁଭବ କରିପାରିବେ ।